କରୋନା ରୋକିବାକୁ ଅଣ୍ଟା ଭିଡ଼ିଲା ଉଦଳା ବଣିକ ସଂଘ ଆଜିଠୁ ୧୬ ତାରିଖ ଯାଏଁ ୬ରୁ ୨ଟା ଯାଏ ଖୋଲିବ ବଜାର

Spread the love

ଉଦଳା, ୨୮/୯(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା): ସାରା ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କରୋନା ତାର କାୟା ବିସ୍ତାର କରୁଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କଟକଣାରେ କୋହଳ କରାଯିବା ପରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖିବାକୁ ମିଳିଛି । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧି ବା କଟକଣାକୁ ଲୋକେ ଫ୍’ କରି ଦେଇଛନ୍ତି । କପ୍ତି ପଦା ଉପଖଣ୍ଡ ସଦର ମହକୁମା ଉଦଳା ଅଞ୍ଚଳରେ ମଧ୍ୟ ଦିନକୁ ଦିନ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅମାନିଆଙ୍କୁ ସାବାଡ କରି ବା କ୍ଷେତ୍ର ରେ ଉପଖଣ୍ଡ ପ୍ରଶାସନ ଓ ପୁଲିସପ୍ରଶାସନ ଫେଲ ମାରିଥିବା ଅଭିଯୋଗ ହେଉଛି । ପ୍ରଶାସନ କେବଳ ସଙ୍ଗରୋଧ କେନ୍ଦ୍ର ଗୁ ଡି କକୁ ଗୁରୁତ୍ବ ଦେଉଥିବା ବେଳେ ସ୍ଥାନୀୟ ସଂକ୍ରମଣକୁ ଅଣଦେଖା କରୁ ଥି ବା କୁ ହାଯାଇଛି । ବଜାରରେ ଅହେତୁକ ଭିଡ଼ ହେଉଥିବା ବେଳେ ଏଥିରେ ରୋକ୍ ଲଗାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଯାହାକି ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି । ଫଳରେ ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ତେବେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଏବେ ଉଦଳା ବଣି କ ସଂଘ ଅଣ୍ଟା ଭି ଡି ଛି । ୨୬ ତାରିଖ ( ଶନିବାର) ଠାରୁ ଆସନ୍ତା ୧୬ ତାରିଖ ଯାଏ । ପ୍ରତି ଦି ନ କେବଳ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲା ବୋଲି ସଂଘ ଘୋଷଣା କରିଛି । ଏଥିସହ ଶନିବାର ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କୁହାଯାଇଛି । ଏନେଇ ଡାକବାଜି ଦ୍ଵାରା ସୂଚନା ଦିଆଯାଇଛି । ଅନ୍ୟ ପଟେ ପ୍ରଶାସନ କୁ ଏ ନେଇ ଅବଗତ କରାଯାଇଥିବା ସଂଘ କହୁଥିବା ବେଳେ କିନ୍ତୁ ଏ ନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

Related Posts

About The Author

Add Comment