କରୋନା ରିପୋର୍ଟରେ ଓଡିଶାକୁ ଆଶ୍ୱସ୍ତି । ପରୀକ୍ଷା ହୋଇଥିବା ୯ଟି ଯାକ ନମୂନାରୁ ୯ ନେଗେଟିଭ 

Spread the love

ଭୁବନେଶ୍ୱର, ୨୧/୦୩ (ସନ୍ଧାନ ନିୟୁଜ) ଓଡିଶା କରୁଛି କରୋନା ମୁକାବିଲା । ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ନେଇ ଓଡିଶାବାସୀଙ୍କୁ ସତର୍କ କରୁଛନ୍ତି ରାଜ୍ୟ ସରକାର । ତେବେ ଏଯାଏଁ ଓଡିଶାରେ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ସମସ୍ତ ରକ୍ତ ନମୂନା ନେଗେଟିଭ ଆସିଛି ।

ତେବେ ଗତକାଲି ପରୀକ୍ଷା ପାଇଁ ଯାଇଥିବା ୯ଟି ନମୂନାରେ କରୋନା ଭୂତାଣୁ ନଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ଗତକାଲି ଆସିଥିବା ୯ଟି ଯାକ ରିପୋର୍ଟ ନେଗେଟିଭ୍ ରହିଛି । ଗତକାଲି କରୋନା ସମ୍ପର୍କିତ ୨୪ ଘଣ୍ଟିଆ ରିପୋର୍ଟ ଦେଲା ବେଳେ ସରକାରଙ୍କ ମୁଖ୍ୟ ମୁଖପାତ୍ର ୬୬ଟି ନମୂନାରୁ ୬୦ ନେଗେଟିଭ, ୨ ପଜିଟିଭ ଆଉ ୪ଟି ରିପୋର୍ଟ ଆସିନଥିବା ସୂଚନା ଦେଇଥିଲେ । ଆଉ ଆସିନଥିବା ୪ଟି ନମୂନା ସମେତ ମୋଟ ୯ଟି ନମୂନା ପରବର୍ତ୍ତୀ ସମୟରେ ନେଗେଟିଭ ବୋଲି ସ୍ପଷ୍ଟ ହୋଇଛି ।

Related Posts

About The Author

Add Comment