ଜେନାପୁର, ୧୬/୦୫ (ସନ୍ଧାନ ନିଉଜ) ଯାଜପୁର, ସଂପ୍ରତି ପୃଥିବୀର ଲୋକମାନେ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ମରୁଛନ୍ତି । ଖାଲି ମଣିଷ ନୁହେଁ ପଶୁପକ୍ଷୀ ମାନଙ୍କ ପାଇଁ ବଡ଼ ସମସ୍ୟା ସୋଇଛି । ମହାମାରୀ କରୋନା ପାଇଁ ଚଣ୍ଡିଖୋଲ ସ୍ଥିତ ବହୁ ପ୍ରର୍ଶିଦ ମହାବିନାୟକ ପୀଠରେ ଭକ୍ତ ମାନଙ୍କ ଗହଳି ଚହଳି ସମସ୍ତ ବନ୍ଦ କରାଯାଇଛି। ମାଙ୍କଡ଼ ମାନଙ୍କ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଖାଦ୍ୟ ବିନା ଖାଁ ଖାଁ ହୋଇ ଭୋକିଲା ଅବସ୍ଥାରେ ଜୀବନ ବିତାଉଛନ୍ତି । ଲାଭ ଓ ଲୋଭର ମତୁଆଲା ମଣିଷ ଅନେକ ସମୟ ରେ ନିଜ ସ୍ୱାର୍ଥ ହାସଲ ପାଇଁ ସମ୍ପର୍କ ଗଢ଼ି ଚାଲନ୍ତି ବୋଲି ଅଭିଯୋଗ ହୋଇଥାଏ କିନ୍ତୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗୋଡିପାଟିଆ ଗ୍ରାମର ଯୁବ ଛାତ୍ର ମହେନ୍ଦ୍ର ସାହୁ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷର ଛାତ୍ର ମହେନ୍ଦ୍ର ମହାବିନାୟକ ପୀଠରେ ରହୁଥିବା ଶତାଧିକ ମାଙ୍କଡ଼ ମାନଙ୍କୁ ଖାଇବାକୁ ଖାଦ୍ୟ ବାଣ୍ଟୁଛନ୍ତି। ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରଶଂସା ।
କରୋନା ଯୁଦ୍ଧରେ ଯୁବ ଛାତ୍ର
|
May 16, 2020 |