କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Spread the love
ଭୁବନେଶ୍ୱର, ୧୯/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ସତର୍କତା ପଦକ୍ଷେପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନବୀନଙ୍କ ପ୍ରୟାସ ଯୋଗୁଁ ବିଦେଶରୁ ଓଡ଼ିଶାକୁ ଫେରିଥିବା ବ୍ୟକ୍ତିଙ୍କ ନାମ ପଞ୍ଜିକରଣ ହେଉଛି। ମୁଖ୍ୟମନ୍ତ୍ରୀ ତାଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ପୋର୍ଟାଲରେ ପଞ୍ଜିକରଣ କରିବା ସହ ଏହା ଜନସାଧାରଣଙ୍କୁ ଟୁଇଟ୍ କରି ଜଣାଇଥିଲେ। ଏଥିସହ ବିଦେଶରୁ ଫେରିବା ପରେ ସମସ୍ତେ ନିଜର ପଞ୍ଜିକରଣ କରିବାକୁ ସେ ଅପିଲ୍ କରିଥିଲେ। ଏହି ଟୁଇଟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନବୀନଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ, ଆପଣ ଉଦାହରଣ ସୃଷ୍ଟି କରିଛନ୍ତି।

Related Posts

About The Author

Add Comment