କରୋନା ମୁକାବିଲା ପାଇଁ ୩ମାସର ଦରମା ଦେବେ ବିଜେଡି ବିଧାୟକ ଓ ସାଂସଦ

Spread the love
ଭୁବନେଶ୍ୱର, ୨୪/୦୩ (ସନ୍ଧାନ ନିୟୁଜ): କରୋନା ସଂକ୍ରମଣକୁ ରୋକିବା ଓ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି( କୋଭିଡ-୧୯ ଫଣ୍ଡ) ଦାନ କରିବା ସହ ଅନ୍ୟମାନେ ମଧ୍ୟ ଅନୁରୂପ ସହଯୋଗ କରନ୍ତୁ ବୋଲି ଅପିଲ କରିବାପରେ ବିଜେଡି ପକ୍ଷରୁ ତ୍ୱରିତ୍ ସକରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାର୍ଚ୍ଚ ୨୯ତାରିଖ ସୁଦ୍ଧା ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଦଳର ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଅନୁରୋଧ କରିଛନ୍ତି।
ଗୋଟେ ମାସର ବଡ଼ଚଣା ବିଧାୟକ ଆମର ପ୍ରସାଦ ଶତପଥି ନିଜର ଦରମା ପ୍ରଦାନ କରିଛନ୍ତି

Related Posts

About The Author

Add Comment