କରୋନା ମୁକାବିଲା ପାଇଁ ପଞ୍ଚାୟତସ୍ତରରେ କଡାକଡି ହେବ ପଞ୍ଜୀକରଣ 

Spread the love
ଭୁବନେଶ୍ୱର, ୨୦/୦୪/୨୦ (ସନ୍ଧାନ ନିଉଜ) : କରୋନା ମୁକାବିଲା ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଓ ପଞ୍ଚାୟତ ସ୍ତରରେ କରୋନା ସହ ଲଢିବାକୁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ବାହାରୁ ଆସୁଥିଲେ ପଞ୍ଜୀକରଣ ବାଧ୍ୟତାମୂଳକ । କଟକଣା ପରେ କେହି କି ଲୋକ ଯଦି ବାହାର ରାଜ୍ୟରୁ ଗାଁକୁ ଫେରୁଛନ୍ତି ତେବେ ସେମାନେ ପଞ୍ଚାୟତରେ ନିଜ ସବୁତକ ତଥ୍ୟ ପଞ୍ଜୀକୃତ କରିବେ । ଫେରିଥିବା ବ୍ୟକ୍ତି ନିଜ ସହ ନିଜ ପରିବାର ସଦସ୍ୟ ଏବଂ ବନ୍ଧୁଙ୍କର ବି ପଞ୍ଜୀକରଣ କରିପାରିବେ । ତେବେ ପଞ୍ଜୀକରଣ ପରେ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବେ । ସମସ୍ତେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ଜରୁରୀ । ତେବେ ସଙ୍ଗରୋଧ ସମୟରେ ଉକ୍ତ ବ୍ୟକ୍ତିଙ୍କୁ ଖାଇବା, ରହିବା ଓ ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ ।

Related Posts

About The Author

Add Comment