କରୋନା ମୁକାବିଲା ପାଇଁ ଓଡ଼ିଶାର ବଡ଼ ପ୍ରସ୍ତୁତି 

Spread the love

ଭୁବନେଶ୍ୱର,୧୪/୦୪ (ସନ୍ଧାନ ନିୟୁଜ) ରାଜ୍ୟରେ ବଢ଼ିଲା କୋଭିଡ୍ ହସ୍ପିଟାଲ ସଂଖ୍ୟା । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଜି ରାଜ୍ୟରେ ଆଉ ୫ଟି ସ୍ୱତନ୍ତ୍ର କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । ବାଲେଶ୍ୱର, ଢେଙ୍କାନାଳ, ମାଲକାନଗିରି, ରାୟଗଡା ଓ ଜୟପୁରରେ ସ୍ୱତନ୍ତ୍ର କୋଭିଡ ହସପିଟାଲ ଉଦଘାଟିତ ହୋଇଛି । ଏସବୁ ହସପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟର ବ୍ୟବସ୍ଥା ରହିଛି । ସ୍ୱତନ୍ତ୍ର ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି ।

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କାର୍ଯ୍ୟକ୍ଷମ ହୋଇଛି ସ୍ୱତନ୍ତ୍ର କୋଭିଡ୍ ହସପିଟାଲ । ୧୫୦ ଶଯ୍ୟା ବିଶିଷ୍ଟ ଜୟପୁର କୋଭିଡ ହସପିଟାଲ । ଭୂତକୋଠି ହୋଇ ପଡିରହିଥିବା ଜୟପୁରର ପୁରୁଣା ମେଡିକାଲକୁ ନୂଆ ରୂପ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏଠି ରକ୍ତ ଭଣ୍ଡାର ଓ ଶବ ବ୍ୟବଚ୍ଛେଦ କରାଯାଉଥିଲା । ଏବେ ଏହି ହସପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହେବ ।

Related Posts

About The Author

Add Comment