କରୋନା ମତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

Spread the love

ନୂଆଦିଲ୍ଲୀ, ୨୪/୦୩ (ସନ୍ଧାନ ନିୟୁଜ/): ହିମାଚଳପ୍ରଦେଶରେ ଜଣେ ଆମେରିକା ଫେରନ୍ତା ତିବ୍ବତୀୟଙ୍କୁ ମିଶାଇ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩କୁ ବୃଦ୍ଧି ପାଇଛି। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ରିପୋର୍ଟ ଆଧାରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ହିମାଚଳପ୍ରଦେଶରେ ଜଣେ ଆମେରିକା ଫେରନ୍ତାଙ୍କର ମୃତ୍ୟୁ ଘଟିଥିବା ନେଇ ପୂର୍ବରୁ ସୂଚନା ଥିଲେ ହେଁ, ଏହା କରୋନାଜନିତ କି ନା ତାହା ପୂର୍ବରୁ ସ୍ପଷ୍ଟ ହୋଇନଥିଲା। ତାଙ୍କର ଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଥିବା କୁହାଯାଇଥିଲା। ରିପୋର୍ଟ ଆସିବା ଯାଏ ଏହା କରୋନା ଜନିତ ମୃତ୍ୟୁ କି ନା ତାହା ସ୍ପଷ୍ଟ କରିହେବନି ବୋଲି କାଙ୍ଗରା ଡେପୁଟୀ କମିଶନର ରାକେଶ କୁମାର ପ୍ରଜାପତି କହିଥିଲେ। ତେବେ ବର୍ତ୍ତମାନ କିଛି ଜାତୀୟ ଗଣମାଧ୍ୟମ ଏହା ସ୍ପଷ୍ଟ କରିଛନ୍ତି।

Related Posts

About The Author

Add Comment