କରୋନା ଭାଇରସ୍ (Coronavirus) ପରେ ଏବେ ଆସିଲା ୟାରା ଭାଇରସ୍ Yaravirus

Spread the love

ନୂଆ ଦିଲ୍ଲୀ ୧୪/୨/୨୦ (ସନ୍ଧାନ ନିଉଜ) : ସମଗ୍ର ବିଶ୍ୱରେ କରୋନା ଭାଇରସ୍ Coronavirus ଏବେ ଭୟଙ୍କର ରୂପ ନେଇସାରିଛି। ଚୀନରେ ହିଁ ଚଉଦଶହରୁ ଅଧିକ ଲୋକଙ୍କର ଏହି ଭାଇରସ୍ ରେ ମୃତ୍ୟୁ ହୋଇସାରିଲାଣି। ବର୍ତ୍ତମାନ ଏହି ବିପଦ ନ ସରୁଣୁ ଆଉ ଏକ ରହସ୍ୟମୟୀ ଭାଇରସର ସୂଚନା ମିଳିଛି। ମିଡିଆ ରିପୋର୍ଟ୍ସ ମୁତାବକ ବ୍ରାଜୀଲର ବୈଜ୍ଞାନିକମାନେ Yaravirus ବିଷୟରେ ଜାଣିସାରିଲେଣି। ଯେଉଁ ଭାଇରସକୁ ନେଇକରି ଶହଶହ ବର୍ଷରୁ ରିସର୍ଚ କରାଯାଉଥିଲା ବର୍ତ୍ତମାନ ତାହା ବୈଜ୍ଞାନିକଙ୍କର ସାମନାରେ। Yaravirus ବ୍ରାଜୀଲର ବର୍ନାର୍ଡ ଲାସ୍କୋଲା ଏବଂ ଜୋନାଟସ ଏସ ଏବ୍ରାହାଓଙ୍କର ରିସର୍ଚ ସମୟରେ ମିଳିଛି। ଏଥିରେ ପ୍ରୋଟିନକୁ Synthesise କରିବାର କ୍ଷମତା ଅଛି। ଏହା ନିଜର DNA କୁ ରିପେୟାର କରିନେଇଥାଏ। ଏବଂ ବଞ୍ଚିଥିବା ସମୟରେ ଏହା ଅନେକ ଗୁଣ ପର୍ଯ୍ୟନ୍ତ ବୃଦ୍ଧିପାଇଥାଏ।

ରିସର୍ଚ ପେପର ମୁତାବକ ଏହାକୁ Amoebal Viruses ର କୌଣସି ମଧ୍ୟ କ୍ୟାଟେଗୋରୀ ରଖା ଯାଇପାରିବ ନାହିଁ। ରିସର୍ଚରେ ସାମନାକୁ ଆସିଛି କି ଏହି ଭାଇରସ ଅନ୍ୟ ଭାଇରସ୍ ତୁଳନାରେ ବଡ଼ ଅଟେ। ତା’ ପାର୍ଟିକଲର ସାଇଜ ୮୦-nm ଅଟେ। ଏହା ବ୍ରାଜୀଲର ପମ୍ପୁଲ୍ହାରେ ଏକ କୃତିମ ଜଳାଶୟରୁ ମିଳିଛି।

ଅବଶ୍ୟ ଏପର୍ଯ୍ୟନ୍ତ ଏହି ଭାଇରସରେ କୌଣସି ଭାବରେ ରୋଗ ହେବାର ଘଟଣା ସାମନାକୁ ଆସିନାହିଁ। କିନ୍ତୁ ଏହା ମିଳିବା ପରେ ଏହା ଏବେ ଥୟ ହୋଇଛି କି ଏହି ଭାୟରସକୁ ନେଇକରି ଦଶକ ଧରି ଜାରୀ ରିସର୍ଚକୁ ନୂଆ ଦୀଗ ମିଲିପାରିବ।

ଚୀନର ୱୁହାନ ସହରରେ ସବୁଠାରୁ ପ୍ରଥମେ Coronavirus ର ରୋଗ ମିଳିଥିଲା। ଏହି ଭାଇରସ ତା’ ପରେ ଚୀନର ଅନ୍ୟ ସହରଗୁଡ଼ିକରେ ଜୋରରେ ପ୍ରସାରିତ ହେବାକୁ ଲାଗିଲା। ଦେଖୁ ଦେଖୁ ହଜାର ହଜାର ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି, ଅପରପକ୍ଷରେ ଶତାଧିକ ଲୋକମାନଙ୍କର ଏହି କାରଣରୁ ମୃତ୍ୟୁ ମଧ୍ୟ ହୋଇଗଲାଣି। କିଛି ସମୟ ମଧ୍ୟରେ ଏହ ଭାଇରସ ୩୦ ରୁ ଅଧିକ ଦେଶରେ ପହଁଚି ଗଲାଣି। ତା’ ପରେ WHO ଏହାକୁ ଗ୍ଲୋବାଲ ହେଲ୍ଥ ଏମରଜେନ୍ସୀ ଘୋଷଣା କରିଛି। ଏବେ ମଧ୍ୟ ଚୀନରେ ଏହି ଭାଇରସ୍ ଶିକାରରେ ନୂଆ ରୋଗୀ ସାମନାକୁ ଆସିଛନ୍ତି।

Related Posts

About The Author

Add Comment