କରୋନା ଭାଇରସ୍ ରାଜ୍ୟରେ ଏବେ ସ୍ଥିର ରହିଛି ; ସୁବ୍ରତ ବାଗଚୀ

Spread the love

ଭୁବନେଶ୍ୱର, ୩୧/୦୩ (ସନ୍ଧାନ ନିୟୁଜ) କରୋନା  ବା କୋଭିଡ୍‌-୧୯ ଏବେ ବି ରାଜ୍ୟରେ ନିୟନ୍ତ୍ରଣାଧୀନ ଅବସ୍ଥାରେ ରହିଛି। ରାଜ୍ୟରେ ଏଯାବତ୍ ୪୭୩ଟି କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଥିବା ବେଳେ ଏଥି ମଧ୍ୟରୁ ମାତ୍ର ୩ଟି ରିପୋର୍ଟ ପଜିଟିଭ୍ ଆସିଛି। ପଜିଟିଭ୍ ରିପୋର୍ଟ ଆସିଥିବା ୩ ଜଣ କରୋନା ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିିର ରହିଛି। ରାଜ୍ୟରେ ୫୭ ଜଣ କରୋନା ସନ୍ଦିଗ୍ଧ ଅଛନ୍ତି। ଆଉ ଏମାନେ ସମସ୍ତେ ଏବେ କ୍ୱାରେଣ୍ଟିନ୍ ବା ସଙ୍ଗରୋଧରେ ରହିଛନ୍ତି ବୋଲି ଆଜି ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତିି ।ଏଥିସହ ରାଜ୍ୟ ବାହାରୁ ୧୧,୫୭୫ ଜଣ ପ୍ରବାସୀ ରାଜ୍ୟ ମଧ୍ୟକୁ ଆସିଛନ୍ତି ଏମାନଙ୍କ ମଧ୍ୟରେ ୪,୩୦୪ ଜଣ ଅଛନ୍ତି ବିଦେଶ ଫେରନ୍ତା। ଏମାନେ ରାଜ୍ୟବାସୀ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏମାନଙ୍କ ଉପରେ ବିଶେଷ ଦୃଷ୍ଟି ରଖିବାର ଆବଶ୍ୟକତା ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମାତ୍ର ୩ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ଏବେ ବି ସ୍ଥିତି ଆମ ନିୟନ୍ତ୍ରଣରେ ଅଛି। ସମସ୍ତ ପ୍ରକାରର କରୋନା ସତର୍କତା ପକ୍ଷକ୍ଷେପକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ରାଜ୍ୟବାସୀଙ୍କୁ ଆଉଥରେ ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ।

Related Posts

About The Author

Add Comment