କରୋନା ଭାଇରସ୍ : ଚୀନରେ ଫଶିଥିବା ଭାରତୀୟମାନଙ୍କୁ କାଲି କରା ଯାଇପାରେ ଏୟାରଲିଫ୍ଟ

Spread the love

ନୂଆଦିଲ୍ଲୀ ୩୦/୧/୨୦ (ସନ୍ଧାନ ନିଉଜ) : କୋରୋନା ଭାଇରସ୍ ରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତଭାବେ ବଢ଼ୁଥିବାରୁ ଚୀନରେ ଫଶିଥିବା ଭାରତୀୟମାନଙ୍କୁ ଶୁକ୍ରବାର ୩୧ ଜାନୁଆରୀରେ ଏୟାରଲିଫ୍ କରାଯାଇପାରେ। ସୂତ୍ରରୁ ଅନୁସାରେ, ଚୀନର ଔପଚାରିକ ଅନୁମତି ପାଇଁ ଅପେକ୍ଷା କରାଯାଇଛି। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବୀଶ କୁମାର କହିଛନ୍ତିଯେ, ଆମେ ହୁବେଇରେ ରହୁଥିବା ଭାରତୀୟମାନଙ୍କୁ ପଚାରିଛୁ କି କ’ଣ ସେମାନେ ସେଠାରୁ ଫେରିବାକୁ ଚାହାଁନ୍ତି କି। ରବୀଶ କୁମାର କହିଛନ୍ତି, ଭାରତ ସରକାର କୋରୋନା ଭାଇରସ୍ ପରେ ସ୍ଥିତିକୁ ଦେଖୁଛନ୍ତି। ଆମେ ଚୀନ ସରକାରଙ୍କୁ ଅନୁରୋଧ କରିଛୁ କି ସେ ଆମକୁ ଭାରତରୁ ଦୁଇଟି ଏୟାରକ୍ରାଫ୍ଟ ନେଇଯିବା ପାଇଁ ଅନୁମତି ଦିଅନ୍ତୁ, ଯାହାଦ୍ୱାରା ଆମେ ସେଠାରେ ଫଶିଥିବା ଭାରତୀୟମାନଙ୍କୁ ଆଣିପାରିବୁ। ଏବେ ଆମେ ଚୀନର ଆଧିକାରିକ ଅନୁମତି ପାଇଁ ଅପେକ୍ଷା କରିଛୁ।

ସୂଚନାଯୋଗ୍ୟଯେ, ଚୀନରେ କୋରୋନା ଭାଇରସ୍ ରେ ଏପର୍ଯ୍ୟନ୍ତ ୧୭୦ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ହଜାର ହଜାର ସଂଖ୍ୟାରେ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଚୀନରେ ୱୁହାନ (Wuhan) ସହର ସବୁଠାରୁ ଅଧିକ ପ୍ରଭାବିତ। ଚୀନ ଅନେକ ସହର ଏବଂ ଗ୍ରାମରୁ ଯିବା ଆସିବା ଉପରେ କଟକଣା ଲଗାଇଛି। ଋଷ ଚୀନରେ ଲାଗିଥିବା ସୀମାକୁ ସମ୍ପୂର୍ଣ୍ଣ ଭାବରେ ସିଲ କରିଦେଇଛି। ଭାରତରେ କେରଳରେ ଜଣେ ଛାତ୍ରୀ କୋରୋନା ଭାଇରସ୍ ରେ ଆକ୍ରାନ୍ତ ହେବାର ମାମଲା ସାମନାକୁ ଆସିଛି। ସେହି ଛାତ୍ରୀ ବର୍ତ୍ତମାନ ଚୀନରୁ ଫେରି ଆସିଛି। ତାକୁ ହସ୍ପିଟାଲରେ ଭର୍ତି କରାଯାଇଛି।

Related Posts

About The Author

Add Comment