କରୋନା ଭାଇରସ୍‌ରେ ବିଶ୍ୱବ୍ୟାପୀ ମୃତକଙ୍କ ସଂଖ୍ୟା ୫୮ ଲକ୍ଷ ନିକଟତର, ୪୦.୩୪ କୋଟି ଆକ୍ରାନ୍ତ

Spread the love

ନୂଆଦିଲ୍ଲୀ, ୧୦/୦୨/୨୦୧୨ (ସନ୍ଧାନ ନିଉଜ): କରୋନା ଭାଇରସ୍‌ଜନିତ ମୃତ୍ୟୁରେ ବିରାମ ଲାଗୁ ନାହିଁ । ଏହାରି ମଧ୍ୟରେ ମୃତ୍ୟୁ ସଂଖ୍ୟା ୫୮ ଲକ୍ଷ ନିକଟତର ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୩ ଲକ୍ଷ ୯୪ ହଜାର ୫୪୫ ଜଣ ଲୋକ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ କୋଟି ୩୪ ଲକ୍ଷ ୧୩ ହଜାର ୭୨୧ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୨୨ ଲକ୍ଷ ୯୮ ହଜାର ୪୭ ଜଣ ସୁସ୍ଥ ହୋଇଥିଲା ବେଳେ ୧୧ହଜାର ୨୮୫ ଜଣଙ୍କର ମୃତ୍ୟୁ ହୋଇଛି ।  

ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସରୁ ୩୨ କୋଟି ୩୦ ଲକ୍ଷ ୨୫ ହଜାର ୬୨୨ ଜଣ ସୁସ୍ଥ ହୋଇଥିଲା ବେଳେ ୫୭ ଲକ୍ଷ ୯୪ ହଜାର ୫୪୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଏବେ ୭ କୋଟି ୪୫ ଲକ୍ଷ ୯୩ ହଜାର ୫୫୪ ଜଣଙ୍କର ଚିକିତ୍ସା ଜାରି ଥିବା ବେଳେ ୯୦ ହଜାର ୨୫୮ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨କୋଟି ୬୯ ଲକ୍ଷ ୬୦ ହଜାର ୧୫୩ ସଂକ୍ରମିତ, ୬ଲକ୍ଷ ୩୫ ହଜାର ୧୮୯ମୃତ

ଫ୍ରାନ୍ସ: ୨ କୋଟି ୧୦ ଲକ୍ଷ ୩୯ ହଜାର ୬୩୯ ସଂକ୍ରମିତ, ୧ ଲକ୍ଷ ୩୩ ହଜାର ୬୧୪ ମୃତ 

ୟୁକେ: ୧ କୋଟି ୮୦ ଲକ୍ଷ ୧୧୯ସଂକ୍ରମିତ, ୧ ଲକ୍ଷ ୫୮ ହଜାର ୯୫୩ ମୃତ 

ଋଷିଆ: ୧ କୋଟି ୩୩ ଲକ୍ଷ ୩୦ ହଜାର ୭୬୯ ସଂକ୍ରମିତ, ୩ଲକ୍ଷ ୩୭ ହଜାର ୩୯୦ ମୃତ 

ତୁର୍କୀ: ୧ କୋଟି ୨୫ ଲକ୍ଷ ୫୪ ହଜାର ୬୭୪ ସଂକ୍ରମିତ, ୮୯ ହଜାର ୪୭୭ ମୃତ

ଇଟାଲି: ୧ କୋଟି ୧୮ ଲକ୍ଷ ୪୭ ହଜାର ୪୩୬ ସଂକ୍ରମିତ, ୧ ଲକ୍ଷ ୪୯ ହଜାର ୮୯୬ ମୃତ 

ଜର୍ମାନୀ: ୧ କୋଟି ୧୬ ଲକ୍ଷ ୪୯ ହଜାର ୮୭୪ ସଂକ୍ରମିତ, ୧ ଲକ୍ଷ ୧୯ ହଜାର ୯୭୨ ମୃତ

ସ୍ପେନ: ୧ କୋଟି ୫ ଲକ୍ଷ ୨ ହଜାର ୧୪୧ ସଂକ୍ରମିତ, ୯୫ ହଜାର ୨୧୩ମୃତ 

ଆର୍ଜେଣ୍ଟିନା: ୮୬ ଲକ୍ଷ ୭୫ ହଜାର ୩୨୭ ସଂକ୍ରମିତ, ୧ ଲକ୍ଷ ୨୩ ହଜାର ୪୪୪ମୃତ

Related Posts

About The Author

Add Comment