ଭୁବନେଶ୍ୱର, ୨୩/୦୯/୨୦୨୧ (ସନ୍ଧାନ ନିଉଜ) : କରୋନା ପରି ମହାବିପତ୍ତିକୁ ମୁକାବିଲା କରିବାରେ ନବୀନ ପଟ୍ଟନାୟକ ସରକାର ଆବଶ୍ୟକ ସମସ୍ତ ପ୍ରକାର ପଦକ୍ଷେପ ନେଇ ସମଗ୍ର ବିଶ୍ୱରେ ପ୍ରଶଂସିତ । ଏହି ସମୟରେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥିବା ସମସ୍ତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନଙ୍କୁ ପ୍ରୋସôାହନ ରାଶି ପ୍ରଦାନ କରିବାକୁ ସରକାର ଘୋଷଣା କରିଥିଲେ । ହେଲେ ଉଦେ୍ଦଶ୍ୟ ମୂଳକ ଭାବେ ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତିର କର୍ମଚାରୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାନଯିବା ନେଇ ସ୍ୱାସ୍ଥ୍ୟ ସଚିବ ହସ୍ତକ୍ଷେପ କରିବାକୁ କର୍ମଚାରୀ ସଂଘର ସଭାପତି ସତୀଶ ବିଶ୍ୱାଳ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ଏହି କର୍ମଚାରୀମାନେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ଯାଇ ସେମାନଙ୍କ କରୋନା ସମ୍ବନ୍ଧୀୟ ପରାମର୍ଶ ଓ ସଚେତନ କରାଇଥିଲେ । ଏପରିକି ସଙ୍ଗରୋଧ କେନ୍ଦ୍ରର ଲୋକ ମାନଙ୍କ ଏଚ.ଆଇ.ଭି ପରୀକ୍ଷା ମଧ୍ୟ କରିଛନ୍ତି । ଏଭଳି ଘଡିସନ୍ଧି ସମୟରେ ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ତରଫରୁ ଦିଆ ଯାଇଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟର ସୂଚାରୂ ସଂପାଦନ କରିଛନ୍ତି । କୌଣସି ଜିଲ୍ଲାରେ ଏଥିନେଇ କୌଣସି ଅଭିଯୋଗ ନାହିଁ । ଏମାନଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରି ପ୍ରତ୍ୟେକ ଜିଲ୍ଲାର ମୁଖ୍ୟ ଚିକିସôା ଅଧିକାରୀମାନେ ସରକାରଙ୍କୁ ପତ୍ର ଦେଇଛନ୍ତି । କରୋନା ବିରୋଧରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀ ମାନଙ୍କ ମଧ୍ୟରୁ ଖୋର୍ଦ୍ଦାର ପରାମର୍ଶଦାତା ନିକ୍ଷିଲ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଅନେକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହୋଇଛନ୍ତି । ଏପରିକି ନିକ୍ଷିଲଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳିଲା ନାହିଁ । ତାଙ୍କ ପରିବାରକୁ ଟଙ୍କାଟିଏ ସହାୟତା ନମିଳିବାରୁ ଏହି ପରିବାର ଏବେ ଦାଣ୍ଡର ଭିଖାରୀ ହୋଇ ଯାଇଛନ୍ତି ।
ଜାତୀୟ ସ୍ୱାସ୍ଥ୍ର ମିଶନ ଅଧୀନରେ କାର୍ଯ୍ୟରତ ଡାଟାଏଣ୍ଟି୍ର ଅପରେଟର, ସ୍ୱାସ୍ଥ୍ୟକର୍ମୀ, ବ୍ଲକ ଓ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ଆଶା କୋଅର୍ଡିନେଟର, ରୋଗୀ ଏବଂ ଗ୍ରାମ୍ୟ କଲ୍ୟାଣ ସମିତିର ମ୍ୟାନେଜର, ଟି.ବି, ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଏହି ପ୍ରୋସôାହନ ରାଶି ପ୍ରଦାନ କରାଯାଇଛି । ଏପରିକି ରାଷ୍ଟ୍ରିୟ ଏଡସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଥିବା ରକ୍ତ ସଂଚାଳନ ପରିଷଦର ସମସ୍ତ କର୍ମଚାରୀ ମାନଙ୍କୁ ମଧ୍ୟ ଏହି ପ୍ରୋସôାହନ ରାଶି ପ୍ରଦାନ କରାଯାଇଛି । ଏହି ସମସ୍ୟା ନେଇ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା । ଏଥିନେଇ ସଂଘ ସଭାପତି ସତୀଶ ବିଶ୍ୱାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଏସ.ବିଶ୍ୱାଳ ପତ୍ର ନଂ-୩୬୩୨ ତା୦୮.୦୨.୨୧ ପ୍ରଦାନ କରି ଏ ସଂକ୍ରାନ୍ତରେ ଅନୁଧ୍ୟାନ କରାଯାଉ ଥିବାର ଜଣାଇ ଥିଲେ । ହେଲେ ଅଦ୍ୟାବଧି ଏଥିନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ତେବେ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଆକ୍ରୋଶରେ ତକ୍ରାଳୀନ ପ୍ରକଳ୍ପ ନିଦେ୍ର୍ଦଶିକା ବୈମାତୃକ ମନୋଭାବ ପାଇଁ ଅନ୍ୟ କର୍ମଚାରୀମାନେ ଦୁଇଥର ଏହି ପ୍ରୋସôାହନ ରାଶି ପାଇଥିବା ବେଳେ ଏହି କର୍ମଚାରୀମାନେ ବଂଚିତ ହୋଇଛନ୍ତି । ଏଥିନେଇ ସଂଘ ତରଫରୁ ତିନିଦିନ ଧାରଣା ପରେ ମନ୍ତ୍ରୀ ନବ କିଶୋର ଦାସଙ୍କ ସହ ଆଲୋଚନା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା । ଏହି ଆଲୋଚନାରେ ସଂଘର ନାର୍ଯ୍ୟ ଦାବିକୁ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ହେଲେ ଏହାର ସୁଫଳ ମିଳୁନାହିଁ । ନିକ୍ଷିଲଙ୍କ ପରିବାରକୁ କୌଣସି ସହାୟତା ନମିଳିବା ଏବଂ କରୋନା ପ୍ରୋସôାହନ ପ୍ରଦାନ କରାନଯିବା ମାନବାଧିକାରର ଉଲଂଘନ ବୋଲି ସତୀଶ ଅଭିଯୋଗ କରିଛନ୍ତି ।
କରୋନା ପ୍ରୋସôାହନ ରାଶି ପ୍ରଦାନ କରା ନଯିବା ନେଇ ବଢୁଛି ଅସନ୍ତୋଷ
|
September 23, 2021 |
