‘କରୋନା’ ପ୍ରତିକାର ନେଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ତତ୍ପର

Spread the love
ଭଦ୍ରକ , ୩୧/୦୩ (ସନ୍ଧାନ ନିୟୁଜ) ସାରା ବିଶ୍ବରେ କାୟା ବିସ୍ତାର କରିଥିବା ‘କରୋନା’ ସତର୍କତା ପାଇଁ ସରକାରୀ ନିର୍ଦ୍ଦେଶ ପରେ ତତ୍ପର ହୋଇ ଉଠିଛି ଭଦ୍ରକ ଜିଲ୍ଲା ପ୍ରଶାସନ . ପୂର୍ବରୁ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସହ ସମସ୍ତ ସିନେମା ହଲ୍ ଛୁଟି ଘୋଷଣା ପରେ ଆଜି ଆଉ ଏକ ବଡ଼ ପଦକ୍ଷେପ ନେଇଛି ଭଦ୍ରକ ପ୍ରଶାସନ . ଭଦ୍ରକ ଜିଲ୍ଲାର ସମସ୍ତ ସପିଙ୍ଗଂ ମଲଙ୍କୁ ଓ ଜିମ ସେଣ୍ଟରକୁ ଆସନ୍ତା ୩୧ ତାରିଖ ଯାଏ ବନ୍ଦ କରାଯାଇଛି . କେବଳ ଫୁଡ଼ ଆଇଟମ ଉପରେ ଏହାର ପ୍ରତିବନ୍ଧକ ଲଗାଯାଇ ନାହିଁ.ଏହା ଛଡ଼ା ଜରୁରୀକାଳୀନ ସେବା ପାଇଁ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି. ସେପଟରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ କରୋନା ପାଇଁ ସ୍ୱତନ୍ତ୍ର ୱାଡ଼ ଖୋଲାଯିବା ସହ 4 ଟି ବେଡ଼ ମଧ୍ୟ ରଖାଯାଇଛି. ଜିଲ୍ଲାର ମେଡିସିନ ଦୋକନାରେ ଅତ୍ୟାବଶ୍ୟକ ସାମଗ୍ରୀ କଳାବାଜାରୀ ନେଇ ରେଡ଼ କରାଯିବ ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ଦାୟିତ୍ୱରେ ଥିବା ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର.

Related Posts

About The Author

Add Comment