କରୋନା ପାଇଁ ଯାଜପୁର ଜିଲ୍ଲାରେ ଲାଗୁହେଲା କଟକଣା

Spread the love

ଯାଜପୁର ୩୦/୦୬ (ସନ୍ଧାନ ନିଉଜ) : ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବିଗତ କିଛି ଦିନଧରି ବୃଦ୍ଧିପାଉଛି । ଏପରିକି ଜନୈକ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ଏପରି ସ୍ଥିତିରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଜୁଲାଇ ୧ ତାରିଖ ଠାରୁ କେବଳ ସକାଳ ୬ ଘଟିକା ଠାରୁ ଦିବା ୧ଘଟିକା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଓଡିÿଶା ମହାମାରୀ ଆଇନ ୧୮୯୭ର ଧାରା ୨,୩ ଓ ୪ ଏବଂ ଓଡିÿଶା କୋଭିଡ-୧୯ ନିୟମାବଳୀ ୨୦୨୦ ଆଧାରରେ ଯାଜପୁର ଜିଲ୍ଲାରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏବଂ ବିଗତ ୩ ଦିନରେ ୧୦୦ରୁ ଉଦ୍ଧ୍ୱର୍ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟ ଓ ସ୍ୱାର୍ଥର ସୁରକ୍ଷା ନିମିତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଯାଜପୁର କେତେକ ନିଦେ୍ର୍ଧଶନାମା ଜାରି କରିଛନ୍ତି । ଏହାକୁ ଜିଲ୍ଲାର ପ୍ରତ୍ୟେକ ଅଧିବାସୀ ମାନିବା ସହ ସଠିକ ଅନୁପାଳନ କରିବାକୁ ଅନୁରୋଧ କରାଯାଇଛି । ତେବେ ଏହାର ଉଲ୍ଲଘଂନ କ୍ଷେତ୍ରରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି । ୧ ଜୁଲାଇ ୨୦୨୦ ରିଖ ଠାରୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଦୋକାନ ବଜାର ଓ ବାଣିଜି୍ୟକ ପ୍ରତିଷ୍ଠାନ ପୂର୍ବାହ୍ନ ୬ ଘଟିକାଠାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ତେବେ ଜିଲ୍ଲାର ସମସ୍ତ ଔଷଧ ଦୋକାନ, ପାଥୋଲାବ ସଂପୂର୍ଣ୍ଣ ଖୋଲା ରହିପାରିବ । ରନ୍ଧନ ଗ୍ୟାସ ଗୃହମାନଙ୍କୁ ମଧ୍ୟ ବିତରଣ କରାଯାଇପାରିବ । ରାତ୍ରିକାଳୀନ କର୍ଫୁ୍ୟ ରାତ୍ର ୯ ଘଟିକାରୁ ପ୍ରତୁ୍ୟଷ ୫ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ । ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ପୂର୍ବପରି ଶନିବାର ଓ ରବିବାର ସଟ୍ଡାଉନ ଜାରି ରହିବା ।ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ନିଷିଦ୍ଧ ସମୟସୀମାରେ ବାହାରକୁ ବାହାରିବାକୁ ହେଲେ ଉପଯୁକ୍ତ କାରଣ ଦର୍ଶାଇବାକୁ ପଡ଼ିବ । ତେବେ ଯେ କୌଣସି କ୍ଷେତ୍ର ପାଇଁ ମାସ୍କ ଲଗାଇବା ବାଧ୍ୟତାମୂଳକ ଅଟେ । ନିଷିଦ୍ଧ ସମୟରେ ଅଯଥା ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୧୮୮ ଓ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ର ଧାରା ୫୧(ଖ) ଅନୁଯାୟୀ ଦଣ୍ଡିତ କରାଯିବ । ଅଯଥା ଚାଲି ଚାଲି ବା ସାଇକେଲରେ ବୁଲୁଥିଲେ ଦୁଇଶହଟଙ୍କା, ମଟର ସାଇକେଲରେ ବୁଲୁଥିଲେ ପାଂଚଶହଟଙ୍କା, କାର୍ ବା ଅନ୍ୟାନ୍ୟ ଗାଡ଼ିରେ ବୁଲୁଥିଲେ ଏକହଜାର ଟଙ୍କା ଓ ବିନା ମାସ୍କରେ ବାହାରେ ବୁଲୁଥିଲେ ପ୍ରଥମ ଦଫାରେ ୫୦୦ ଏବଂ ଦ୍ୱିତୀୟ ଦଫାରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ । ବାହାରେ ପାନପିକ ବା ଛେପ, ଖଙ୍କାର ପକାଇଲେ ନିୟମ ଅନୁସାରେ ପ୍ରଥମ ଦଫାରେ ପାଂଚଶହ ଓ ଦ୍ୱିତୀୟ ଦଫାରେ ଏକ ହଜାର ଟଙ୍କା ଆର୍ଥିକଦଣ୍ଡର ବ୍ୟବସ୍ଥା ରହିଛି । ପ୍ରତ୍ୟେକ ଦୋକାନୀ ବା ବାଣିଜି୍ୟକ ପ୍ରତିଷ୍ଠାନର ମାଲିକ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ଓ ମାସ୍କ ଲଗାଇବା ପାଇଁ ଉତ୍ତରଦାୟୀ ରହିବେ । ଏହାର ବ୍ୟତିକ୍ରମ ହେଲେ ପ୍ରଥମ ଥର ପାଇଁ ପାଂଚ ଶହ ଓ ଦ୍ୱିତୀୟ ଥର ପାଇଁ ଏକ ହଜାର ଟଙ୍କା ଅର୍ଥ ଦଣ୍ଡ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଘରେ ରହି ନିଜକୁ ସୁରକ୍ଷିତ ରଖିବାକୁ ସୂଚନା ଦେଇଛନ୍ତି । ବିଶେଷକରି ବରିଷ୍ଠ, ବୟସ୍କ ନାଗରିକ, ଗର୍ଭବତୀ ମହିଳା, ଶିଶୁମାନେ ଯଥାସମ୍ଭବ ପରେ ରହିବାକୁ ସେ ଅନୁରୋଧ କରିଛନ୍ତି ।

Related Posts

About The Author

Add Comment