ଭୁବନେଶ୍ୱର:, ୨୪/୦୪/୨୦ (ସନ୍ଧାନ ନିଉଜ) ଆଉ ୪ କରୋନା ପଜେଟିଭ ରୋଗୀ ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ଭଦ୍ରକର ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି । ଏଥିସହ ଆଜି ସକାଳେ ବି ଜଣେ ରୋଗୀ ଚିହ୍ନଟ ତିଲେ । ସେ ମଧ୍ୟ ଭଦ୍ରକର । ଭଦ୍ରକରେ ଆଜି ଗୋଟିଏ ଦିନରେ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୬ରେ ପହଂଚିଛି । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଏହି ୫କୁ ମିଶାଇ ୯୪ରେ ପହଂଚିଛି । ୪ ନୂଆ ରୋଗୀଙ୍କ ମଧ୍ୟରେ ସମସ୍ତ ହେଉଛନ୍ତି ପୁରୁଷ । ଜଣଙ୍କର ବୟସ ୪୧, ଆଉ ଜଣଙ୍କର ୪୦, ଜଣଙ୍କର ୨୯ ଓ ଆଉ ଜଣଙ୍କର ୨୪ ବର୍ଷ । ଏଥିରେ ୨ ଦୁଇ ଜଣ ତିହିଡି ବ୍ଲକର ହୋଇଥିବା ବେଳେ ଆଉ ୨ ଜଣ ଧାମରା ବ୍ଲକର । ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ବର୍ତମାନ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛିି । କାହା ସକାହ ସହ ମିଶିଥିଲେ ସେ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି ।
କରୋନା ପଜେଟିଭ ସଂଖ୍ୟା ରାଜ୍ୟରେ ୯୪
|
April 24, 2020 |
