ଭୁବନେଶ୍ୱର ୨୨/୦୪ (ସନ୍ଧାନ ନିଉଜ): କରୋନା ଭାଇରସ ସଂକ୍ରମଣ ରୋକିବା ନିମନ୍ତେ କାର୍ଯ୍ୟକରୁଥିବା ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀଙ୍କର ଯଦି ମୃତ୍ୟୁ ଘଟେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦିଆଯିବ। ଉଭୟ ଘରୋଇ ଓ ସରକାରୀ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଏହି ଟଙ୍କା। ସେମାନଙ୍କ ପରିବାରକୁ ଅବସର ଯାଏଁ ପୂର୍ଣ୍ଣ ଦରମା ଦିଆଯିବ। ଏଥିସହ ସେମାନଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ।
କରୋନା ଚିକିତ୍ସା ବେଳେ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୫୦ ଲକ୍ଷ :ମୁଖ୍ୟମନ୍ତ୍ରୀ
|
April 22, 2020 |