କରୋନା କୋଣ: କେନ୍ଦ୍ର ସରକାରଙ୍କ ଦୃରଦୂଷ୍ଟି

Spread the love

ଦେଶ ଏବଂ ରାଜ୍ୟରେ ଏବେ କରୋନା ସ୍ଥିତ ସଂଗୀନ ହେବାରେ ଲାଗିଛି । ଏଥିପାଇଁ ୧୩୦କୋଟି ଜନସାଧରଣ ବିନା ଦୋଷରେ ଜେଲ ଦଣ୍ଡ ଭୋଗିବା ଭଳି ଘରେ ବନ୍ଦୀ ପ୍ରାୟ, ଯଦିଓ ଆମେ ଏହାକୁ ସମର୍ଥନ କରି ଏଭଳିସ୍ଥିତିରେ ଏହାକୁ ନେଇ କିଭଳି ମୁକାବିଲା କରାଯାଇପାରିବ ତାହା ଉପରେ ଲୋକଙ୍କୁ ସଚେତନତା କରୁଛୁ କିନ୍ତୁ ଏହାକୁ ନେଇ ଏଭଳି ପରିସ୍ଥିତ ଉପୁଜିବାର କାରଣ ଉପରେ ବିଚାର ବିମର୍ଷ କରିବାକୁ ଆବଶ୍ୟକତା ରହିଛି । ହୁଏତ ଆମେ ଏଥିରୁ ନିସ୍ତାର ପାଇଯାଉପାରୁ କିନ୍ତୁ ଆଗାମୀ ଭବିଷ୍ୟତରେ ଯେ କୌଣସି ସରକାର ଏଭଳି ସ୍ଥିତି ଆସିବା ପୂର୍ବରୁ ଯତ୍ନବାନ ହେବାର ଆବଶ୍ୟକତା ରହିଛି । ସେଥିପାଇଁ ଆମ୍ଭେ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ବାଧ୍ୟ ହେଉଛି । କରୋନା ଏହି ଶବ୍ଧଟି ଆଜି ଭାରତ ନୁହେଁ ବରଂ ଭାରତ ବାହାରେ ବିଶ୍ୱର ସମସ୍ତ ଅଂଚଳକୁ ପ୍ରସାରିତ ହୋଇଥିବା ବେଳେ ଛୋଟବଡ ସମସ୍ତଙ୍କ ମୁହଁରେ ଏହାରି ନାମ ଉଚ୍ଚାରଣ ହେଉଛି ।

କିନ୍ତୁ ଆମର ପ୍ରଶ୍ନ କାହିଁକି ଆମ ଦେଶରେ ଏହାର ନାମ ଉଚ୍ଚାରଣ ଏବଂ ଏହାକୁ ନେଇ ଭାଇଚାରାରେ ଦାଗ ଲାଗିବା ଭଳି ପରିସ୍ଥିତ ସୃଷ୍ଟି ହେଲା । ଯଦିଓ କଂଗ୍ରେସ ପ୍ରଥମେ କେତକ ବିରୋଧୀ ମନ୍ତବ୍ୟ ଦେଇଥିବା ବେଳେ ପରେ ସୋନିଆ ଗାନ୍ଦୀ ସମର୍ଥନ ଏବଂ ସାହାର୍ଯ୍ୟ କରିବାକୁ ଘୋଷଣା କରିଥିଲେ । ମାତ୍ର ଏଥିରେ ପରେ ଏହାକୁ ରାଜନୌତିକ ରୁପ ଦେବାକୁ ପୁରା କଂଗ୍ରେସ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇଗଲା । ଯଦି ସରକାର ଏହା ଉପରେ ପୂର୍ବରୁ ଯଦି ଦୃଷ୍ଟି ଦେଇଥାନ୍ତେ ତେବେ ଏଭଳି ମହାମାରୀ ଭାରତରେ ତାର କାୟା ବିସ୍ତାର କରିବା ପୂର୍ବରୁ ସରକାର ତାକୁ ନିଜର କଟ୍ରୋଂଲ ଭିତରେ ରଖିପାରିଥାନ୍ତେ । ମାତ୍ର ସରକାର ସେତେବେଳେ ଏହା ପ୍ରତି ଭଲଭାବରେ ଦୃଷ୍ଟି ଦେବାରେ ହେଳା କରିଦେଲେ । ଫଳରେ ଆଜି ଯେଉଁ ଲକଡାଉନ ହେଉଛି କେବଳ ଯେ ତାରି ପ୍ରଭାବରେ ଏହା ବୁଝିବାକୁ ବାକି ରହିଲା ନାହିଁ । ଏକଥା ମଧ୍ୟ ଭାରତରେ ବିରୋଧୀ ଦଳ ଏବଂ ସିପି୍ରମ କୋର୍ଟ ଭଳି ଆଇନ୍ଗତ କଟକଣା ଯୋଗୁ କେନ୍ଦ୍ର ସରକାର ବିରୋଧର ସମ୍ମୁଖୀନ ହୋଇଥାନ୍ତା । ମାତ୍ର ଏମାନଙ୍କୁ ବୁଝାଇବ କରିବା ହୁଏତ କଷ୍ଟ ହୋଇଥାନ୍ତା କିନ୍ତୁ ଅସମ୍ଭବ ହୋଇନଥାନ୍ତା । ନଚେତ ସରକାର ନିଜ ସମ୍ବାଧାନିକ କ୍ଷେତ୍ରରେ ରହି ଜରୁରୀ କାଳୀନ ପରିସ୍ଥିତ ଘୋଷଣା ପୂର୍ବରୁ କରି ଏହାକୁ ଲଗାଇପାରିଥାନ୍ତା । ମାତ୍ର ଏଭଳି ବି କରାଗଲା ନାହିଁ । ଯାହା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଭାରତରେ ଅନେକ ରାଜନୌତିକ ଦଳ । ଆଉ ଏହି ଦଳ ଗୁଡିକ କୌଣସି ଜରୁରୀ କାଳୀନ ପରିସ୍ଥିତିରେ ମଧ୍ୟ ରାଜନୀତି କରି ନିଜର ସତ୍ତା ବଜାୟ ରଖିବାକୁ ପ୍ରଚେଷ୍ଟା ଜାରି ରଖିଥାନ୍ତି । ଏପରି ସମୟର ପୁରା ଫାଇଦା ନେବାକୁ ଯତପାରିନାସ୍ତି ସେମାନେ ଚେଷ୍ଟା କରିଥାନ୍ତି ।

ଏପରକି ସଂଖ୍ୟାଲଘୁ ସମ୍ପଦ୍ରାୟ ଜମାତିଆଙ୍କ ଉପରେ ମଧ୍ୟ କେତେକ ରାଜ୍ୟ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ପଛଘୁଂଚା ଦେଲେ । ଯାହାଫଳରେ ଏହି ରୋଗ ସେଠାରେ କ୍ଷ୍ରୀପ ଗତିରେ ବଢ଼ିବା ସହିତ ଏହାକୁ ଲୁଚାଇବାକୁ ସେଠାକର ସରକାର ମଧ୍ୟ ପ୍ରଚେଷ୍ଟା କରିଦେଲେ । ଏପରି ସ୍ଥିତିରେ ଏଥିରେ କେବଳ ମଧ୍ୟବିତ୍ତ ବର୍ଗର ଲୋକମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଗରିବ ମାନେ ଖାଇବା ପିଇବାରେ ଅସୁବିଧା ଭୋଗୁଥିବାରୁ କିଛି ସ୍ୱଚ୍ଛାସେବୀ ଅନୁଷ୍ଠାନ ତାଙ୍କୁ ବଂଚାଇଦେଲେ ମାତ୍ର ମଧ୍ୟବିତ ବର୍ଗଙ୍କୁ କେହି ପଚାରିଲେ ନାହିଁ । ଅପର ପଟରେ ସେମାନେ ମଧ୍ୟ ପେଟରେ ଓଦା କନା ପଛେ ପଡୁ ସେମାନେ କହାକୁ ନିଜର ଭୋକ ଉପସା ଏବଂ ଅସୁବିଧା କଥା କହିବାକୁ ଲଜ୍ଜାକର ଅନୁଭବ କଲେ । ଆହୁରିମଧ୍ୟ ବାହାରେ ଫସି ରହିଥିବା ବହୁ ଗରିବ ଅସହାୟ ମାନେ ଖାଇବା ପିଇବାରେ ଅସୁବିଧା ହେତୁ ନିଜ ରାଜ୍ୟକୁ ବାହୁଡିବାକୁ ପ୍ରୟାସ କଲେ ଏବଂ ଯେଉଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ କେତକଙ୍କ ଜୀବନ ଗଲା ତାହାଯେ କେବଳ କୋରନା ରୋଗ ଆଣିଥିବା ବଡବଡିଆଙ୍କ ପାଇଁ ତାହା ନିସେନ୍ଦହ ।

                                  MANAS KUMAR ROUT

MANASH ROUT

RESEARCH SCHOLAR 

DEPT. OF HISTORY

RAVENSHAW UNVERSITY, CUTTACK

Related Posts

About The Author

Add Comment