କରୋନା କଷଣରୁ ବଳି ପଡୁଛି ଘରୋଇ ବସ୍ ଭଡ଼ା

Spread the love

ବ୍ରହ୍ମପୁର, 5/11 (ସନ୍ଧାନ ନ୍ୟୁଜ୍)  ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଦରଠାରୁ ଯାତ୍ରୀଙ୍କଠାରୁ ଅଧିକ ବସ୍ ଭଡା ନିଆଯାଉଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ସହରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ଯାତ୍ରୀବାହୀ ବସଗୁଡ଼ିକ ମଧ୍ୟରେ ଭଡାକୁ ନେଇ ତାଳମେଳ ରହୁନଥିବା ଜଣାପଡ଼ିଛି। କରୋନା ମହାମାରୀ ସାମାନ୍ୟ କମିବା ପରେ ସରକାର ଯାତ୍ରୀବାହୀ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ସେହିକ୍ରମରେ ରାଜ୍ୟର ବିଭିନ୍ନ ସହରରୁ ଅକାଂଶ ବସ୍ ବିଭିନ୍ନ ରୁଟ୍‌ରେ ଯିବାଆସିବା କରୁଛି । ଧିରେ ଧିରେ ଯାତ୍ରୀ ସଂଖ୍ୟା ମଧ୍ୟ ବଢୁଛି । କରୋନା ସମୟରେ ବସ୍ କର୍ମଚାରୀ ତଥା ମାଲିକମାନେ ଯାତ୍ରୀଙ୍କଠାରୁ ନିଦ୍ଧାରିତ ଦରରୁ ଅଧିକ ଭଡା ଆଦାୟ କରୁଥିବା ଅଭିଯୋଗ ହେଉଛି । ଏହା ଦୃଷ୍ଟିକୁ ଆସିବା ପରେ ଗତକାଲି ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଯାତ୍ରୀଙ୍କ ଠାରୁ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଭଡା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସି ଡିଲକ୍ସ ବସ ଗୁଡ଼ିକ କିମି ପିଛା ୧୨୭ ପଇସା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡିଲକ୍ସ ବସଗୁଡ଼ିକ ୧୦୫ ପଇସା, ଏକ୍ସପ୍ରେସ ବସଗୁଡ଼ିକ ୭୫ ପଇସା ଓ ସାଧାରଣ ବସଗୁଡ଼ିକ ୭୨ ପଇସା ଆଦାୟ କରିବେ ବୋଲି କୁହାଯାଇଛି । ଗତକାଲିର ଏହି ଚିଠି ପରେ ଆଜି ବ୍ରହ୍ମପୁର ସହର ଦେଇ ଯାତାୟାତ କରୁଥିବା ଘରୋଇ ବସଗୁଡ଼ିକ କିଭଳି ଭଡା ଆଦାୟ କରୁଛନ୍ତି ତାହାର ସ୍ଥିତି ଯାଞ୍ଚ ବେଳେ ଏଠାରେ ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ଯାତ୍ରୀଙ୍କଠାରୁ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦର ଠାରୁ ଅଧୁକ ଆଦାୟ ହେଉଥିବା ଦେଖବାକୁ ମିଳିଥିଲା ଏସି ଡିଲକ୍ସ ବସରେ ବ୍ରହ୍ମପୁତନ୍ତୁ । ଭୁବନେଶ୍ବର ଯିବା ପାଇଁ ସରକାରଙ୍କ ଦର ଅନୁସାରେ ୨୨୧ ଟଙ୍କା ନିଆଯିବା କଥା । ଏହି ୨୨୧ରେ ବିଭିନ୍ନ ଟିକସ ମିଶାଇ ଅତି ବେଶୀରେ ୨୩୫ ହେବା କଥା । କିନ୍ତୁ ଘରୋଇ ବସଗୁଡ଼ିକ ଯାତ୍ରୀଙ୍କ ଠାରୁ ୨୫୦ ଟଙ୍କା ଆଦାୟ କରୁଛନ୍ତି । ସେହିପରି ଡିଲକ୍ସ ବସରେ ଦର ୧୮୩ ଟଙ୍କା ଥିବା ବେଳେ ଟିକସ ମିଶାଇ ଦର ୨୦୦ ଟଙ୍କା ନିଆଯିବା ବଦଳରେ ବସ କର୍ମଚାରୀମାନେ ଯାତ୍ରୀଙ୍କ ଠାରୁ ୨୩୦ ଟଙ୍କା ଆଦାୟ କରୁଥିବା ଦେଖବାକୁ ମିଳିଛି । କେବଳ ଏତିକି ନୁହେଁ ବ୍ରହ୍ମପୁର ସହରର ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଯାଉଥିବା ସାଧାରଣ ଓ ଏକ୍ସପ୍ରେସ ବସଗୁଡ଼ିକରେ ମଧ୍ୟ ଭଡା ସରକାରୀ ଦରଠାରୁ ଅଧିକ ରହିଛି ।

Related Posts

About The Author

Add Comment