କରୋନା କଟକଣା ବଡବଡିଆଙ୍କୁ ମାଫ୍; ନିରିହ ଉପରେ ଦାଉ ସାଧୁଛି ପୋଲିସ

Spread the love

ଚଣ୍ଡିଖୋଲ, ୦୪/୦୬.(ସନ୍ଧାନ ନ୍ୟୁଜ) କରୋନା କଟକଣା ବଡବଡିଆଙ୍କୁ ମାଫ୍ ନିରିହ ଉପରେ ଦାଉ ସାଧୁଛି ପୋଲିସ। ଦିର୍ଘ ଦିନ ଧରି କରୋନା କଟକଣା ରେ ଜର୍ଜରିତ ହୋଇ ଜୀବନ ଜିବୀକା ହରାଇ ମଧ୍ଯବିତ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଦୟନୀୟ ହୋଇପଡିଛି ।କିଏ ନିତ୍ଯ ବ୍ଯବହାର୍ଯ୍ଯ ଜିନିଷ କ୍ରୟ କରିବା,ଚିକିତ୍ସା ପାଇଁ ଡାକ୍ତର ଖାନା ଯିବା କିମ୍ବା ଅନ୍ଯ କିଛି ଜରୁରୀ କାର୍ଯ୍ୟରେ ଗାଡି ଧରି ଯାଉଛନ୍ତି। ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ସମୟରେ ପୋଲିସ ପକ୍ଷ୍ୟରୁ ଆଇନ କାନୁନ ରଖ୍ଯା ପାଇଁ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିବା ସହ ଜୋରିମାନା ଅସୁଲ କରୁଛନ୍ତି। ବିଶେଷ କରି ପରିବା,ଆମିଷ ଓ ଗ୍ରୋସରୀ ଦୋକାନ ଆଗରେ ଭିଡ ନିୟନ୍ତ୍ରଣ କରିବେରେ ପୋଲିସର ବିଫଳତା ଦେଖାଦେଇଛି। କିନ୍ତୁ ବଡଚଣା ପୋଲିସ ପକ୍ଷରୁ ଚଣ୍ଡିଖୋଲ ଦାୟୀତ୍ବ ରେ ଥିବା ଅଧିକାରୀଣିଙ୍କ ଅନଭିଜ୍ଞତା ପାଇଁ ବ୍ୟବସାୟୀଙ୍କ ଭିଡ ନିୟନ୍ତ୍ରଣ କରିବାରେ ସକ୍ଷମ ହେଉନାହାଁନ୍ତି। ଅପରପକ୍ଷରେ ଆମାନିଆ ଗାଡି ଚାଳକ ଖସିଯାଉଥିବା ବେଳେ ସାଧାରଣ ଲୋକଙ୍କ ଠାରୁ ଜୋରିମାନା ଅସୁଲ କରାଯାଉଥିବା ଅଭିଯୋଗ ହେଉଛି। ଗାଡି ଚାଳକ ମାନଙ୍କୁ ତନଖି ନକରି କେହି କେହି ଦୋକାନ ନିକଟରେ, ବ୍ୟାଙ୍କ କିମ୍ବା ରାସ୍ତା କଡରେ ଠିଆ ହୋଇଛି ତାଙ୍କ ଅଜାଣତରେ ଫଟୋ ଉଠାଇ ଅନଲାଇନରେ ଫାଇନ କରାଯାଉଛି। ଖାଲି ବଡଚଣା ନୁହେଁ ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ଠାରେ ଏଭଳି ଘଟୁଥିବା ମଧ୍ଯ ଅଭିଯୋଗ ହେଉଛି। ଭିଡ ନିୟନ୍ତ୍ରଣ କରିବାରେ ବିଫଳତାକୁ ଘଣ୍ଟଘୋଡାଇବା ପାଇଁ ପୋଲିସ ର ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯିବା ସହ ଥାନା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Related Posts

About The Author

Add Comment