କରୋନା : ଆଫ୍ରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ଟପିବା ଆଶଙ୍କା
କରୋନା : ଆଫ୍ରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ଟପିବା ଆଶଙ୍କା
Manas Kumar Rout |
April 19, 2020 |
ନୂଆଦିଲ୍ଲୀ,୧୯/୦୪ (ସନ୍ଧାନ ନିଉଜ) : ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱରେ ମୃତ୍ୟୁ ତାଣ୍ଡବ ରଚି ଚାଲିଛି। କରୋନାକୁ ରୋକିବାକୁ ଆଜିଯାଏ ଔଷଧ ବାହାରି ନଥିବାରୁ ସବୁ ଦେଶ ପାଇଁ ଏହା ଚିନ୍ତାର କାରଣ ହୋଇଛି। ଏଭଳି ଏକ ସଙ୍କଟ ସମୟରେ ଜାତିସଂଘ ଆଫ୍ରିକା ଅର୍ଥନୈତିକ ଆୟୋଗ (ୟୁଏନଇସିଏ) ରିପୋର୍ଟ ଆଫ୍ରିକା ପାଇଁ ବଡ ବିପଦ ଆଶଙ୍କାର ସୂଚନା ଦେଇଛି।କରୋନା ପ୍ରଭାବ ସେତେଟା ଆଫ୍ରିକୀୟ ଦେଶଗୁଡ଼ିକ ଉପରେ ପଡିନାହିଁ। ସଂକ୍ରମିତ ସଂଖ୍ୟା କମ ରହିଛି। ହିସାବ ଅନୁଯାୟୀ ଆଫ୍ରିକା ମହାଦେଶର ୫୩ଟି ଦେଶରେ ମୋଟ ୨୦ ହଜାରରୁ କମ ମାମଲା ଚିହ୍ନଟ ହୋଇଛି। କିନ୍ତୁ ଆଗକୁ ସ୍ଥିତି ସଂଗୀନ ହୋଇପାରେ। ଏଭଳି ସତର୍କ କରାଇଛି ଜାତିସଂଘ ଆଫ୍ରିକା ଅର୍ଥନୈତିକ ଆୟୋଗ (ୟୁଏନଇସିଏ)। ଆଉ କହିଛି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆସନ୍ତା ୬ ମାସରେ ଆଫ୍ରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିବ।
Related Posts
About The Author