ଭୁବନେଶ୍ୱର, ୨୮/୦୩ (ସନ୍ଧାନ ନିୟୁଜ/ମାନସ ରାଉତ): କରୋନାର ପ୍ରଭାବରେ ଏବେ ସବୁ ବନ୍ଦ। ମୁକାବିଲା ପାଇଁ ଦେଶରେ ଜାରି ରହିଛି ୨୧ ଦିନିଆ ଲକ୍ ଡାଉନ୍। ଏଭଳି ପରସ୍ଥିତିରେ ରାଜଧାନୀ ଭୂବନେଶ୍ଵରରେ ଅସହାୟ ଲୋକଙ୍କୁ ଖାଇବାକୁ ମିଳୁନି। ସେମାନେ ଭୋକରେ ଦିନ କାଟୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ଅଭିନବ ପଦକ୍ଷେପ ନେଇଛି। ଶୁକ୍ରବାର ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଆହାର କେନ୍ଦ୍ର ଖୋଲି ଅସହାୟ ମାଗଣାରେ ଖାଦ୍ୟ ବାଣ୍ଟିବା ଆରମ୍ଭ କରିଛି। ଏସବୁ ଆହାର କେନ୍ଦ୍ର ଭୁବନେଶ୍ୱର ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ଫ୍ଲାଏଓଭର ବ୍ରିଜ ତଳେ ଖୋଲାଯାଇ ଆହାର ବିତରଣ କରାଯାଇଛି।
କରୋନା: ଅସହାୟଙ୍କୁ ମାଗଣାରେ ଆହାର ବାଣ୍ଟିଲା ବିଏମସି
|
March 28, 2020 |
