କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୪୨ ରେ

Spread the love

ଥିରୁଅନନ୍ତପୁରମ୍, ୦୯/୦୩ /୨୦ (ସନ୍ଧାନ ନିଉଜ) : ଦେଶରେ କରୋନା ଭୁତାଣୁର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେରଳରୁ କାଶ୍ମୀର ଚାରିଆଡେ କରୋନା କାୟା ବିସ୍ତାର କରିଚାଲିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୪୨ ରେ ପହଞ୍ଚିଛି। କେରଳରେ ଜଣେ ତିନିବର୍ଷର ଶିଶୁ  ଓ ଜମ୍ମୁକାଶ୍ମୀରରେ ଜଣେ ୬୩ ବର୍ଷର ମହିଳା କରୋନା ଅକ୍ରାନ୍ତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏମ୍ସରୁ ମିଳିଥିବା ରିପୋର୍ଟ ଅନୁସାରେ ଦିଲ୍ଲୀରେ ଜଣେ ମହିଳା କରୋନା ଭୁତାଣୁରେ ସଂକ୍ରମିତ ହୋଥିବା ଜଣାପଡିଛି।
ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିନାହିଁ।

ଅନ୍ୟପକ୍ଷରେ  ଇରାନରେ ଅଟକି ରହିଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ କରୋନା ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କୁ ଭାରତ ଫେରାଇ ଆଣିବା ଲାଗି ଆବଶ୍ୟକ ବ୍ୟବସ୍ଥା ନିମନ୍ତେ ଇରାନ ସରକାରଙ୍କ ସହ ଆଲୋଚନା ଚାଲିଥିବା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ସେ କହିଛନ୍ତି,ଏହି ଯାଞ୍ଚ୍ ପ୍ରକ୍ରିୟାରେ ଇରାନରେ ଥିବା କୌଣସି ଭାରତୀୟ ମତ୍ସ୍ୟଜୀବୀଙ୍କୁ କରୋନା ସଂକ୍ରମଣ ହୋଇ ନ ଥିବା ଜଣାପଡ଼ିଛି। ଇରାନରେ କରୋନା ଭୂତାଣୁ ଯୋଗୁଁ ପୁଣି ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Related Posts

About The Author

Add Comment