ନୂଆଦିଲ୍ଲୀ, ୧୬/୦୧/୨୦୧୨ (ସନ୍ଧାନ ନିଉଜ) : କରୋନାର ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପରାସିଟାମଲ୍ ହିଁ ଯଥେଷ୍ଟ ଅଟେ । ଆଜିଥ୍ରୋମାଇସିନ୍ ଓ ମଲୁନୋପିରାଭିର ଭଳି ଆଣ୍ଟିବାୟୋଟିକ ବ୍ୟବହାର ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ବିଶେଷଜ୍ଞଙ୍କ ମତ ଅନୁସାରେ, ଯେଉଁ ରୋଗୀ କରୋନା ଟିକା ନେଇନାହାନ୍ତି ଏବଂ ବୟସ୍କ ଓ ବହୁ ରୋଗରେ ପୀଡିତ ଅଛନ୍ତି ସେମାନଙ୍କ ପାଇଁ ଚିକିତ୍ସାର ଆବଶ୍ୟକତା ରହିଛି । ସେମାନଙ୍କ କ୍ଷେତ୍ରରେ ମଲୁନୋପିରାଭିରର ଆବଶ୍ୟକତା ରହିଛି । ରାଷ୍ଟ୍ରୀୟ କୋଭିଡ ଟାକ୍ସ ଫୋର୍ସର ସଦସ୍ୟ ସଞ୍ଜୟ ପୂଜାରୀ କହିଛନ୍ତି ଯେ, ସ୍ୱଳ୍ପ ଲକ୍ଷଣରୁ ରକ୍ଷା ପାଇଁ ମଲୁନୋପିରାଭିରର ବ୍ୟବହାର ପାଇଁ ଅନୁମତି ଦିଆଯାଇନାହିଁ । ମାତ୍ର କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ ଅଟେ । ସେହିପରି ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ତେବେ ସାମାନ୍ୟ ଲକ୍ଷଣ ଥିବା ଲୋକେ ଅଧିକ ଭୟଭୀତ ହେଉଛନ୍ତି । ବିନା ପରାମର୍ଶରେ ଔଷଧ ନେଉଥିବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏଭଳି ସ୍ଥିତିରେ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ବିନା ପରାମର୍ଶରେ ଔଷଧ ନ ଖାଇ ପରାମର୍ଶ ନେଇ ଔଷଧ ଖାଇବାକୁ କୁହାଯାଇଛି ।
କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ: ବିଶେଷଜ୍ଞ
|
January 16, 2022 |