କରୋନାର ଲକ୍ଷଣ ବାହାରିବାର ବଢୁଛି ଦିନ, କୃଷ୍ଣପଡାର ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ଦିନ ଭିତରେ ଲକ୍ଷଣ ଚିହ୍ନଟ
କରୋନାର ଲକ୍ଷଣ ବାହାରିବାର ବଢୁଛି ଦିନ, କୃଷ୍ଣପଡାର ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ଦିନ ଭିତରେ ଲକ୍ଷଣ ଚିହ୍ନଟ
Manas Kumar Rout |
May 6, 2020 |
ଯାଜପୁର, ୦୬/୦୫ (ସନ୍ଧାନ ନିୟୁଜ) କରୋନା କୁ ନେଇ ରାଜ୍ୟରେ ହାହା କାର ଖେଳିବାରେ ଲାଗିଛି । ରାଜ୍ୟରେ ସ୍ଥିତି ଗୋଟିଏ ପ୍ରକାର ଭଲ ରହିଥିବା ବେଳେ ପ୍ରବାସୀ ଓଡିଆ ମାନେ ଚିନ୍ତା ବଢ଼ାଇଛନ୍ତି । କିଛି ଦିନ ପୂର୍ବରୁ କଲିକତାରୁ ଲୁଚି ପ୍ରବାସୀ ଓଡିଆ ମାନେ ଫେରି ବିଭିନ୍ନ ଗ୍ରାମମାନଙ୍କରେ ବୁଲିବା ଫଳରେ ଯାଜପୁର ଜିଲ୍ଲା ଏବଂ ପାଖ ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏପରକି ଯାଜପୁର ଜିଲ୍ଲା ରାଜ୍ୟାରେ ସମସ୍ତ ଜିଲ୍ଲାକୁ ଟପି ଯାଇଥିବା ବେଳେ ଗତକାଲି ଯାଜପୁରର ଯେଉଁ ରସୁଲପୁର ବ୍ଲକ କୃଷ୍ଣପଡାର ଯେଉଁ ବ୍ୟକ୍ତିଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା ତାହା ଅନ୍ୟପ୍ରକାରରର ରାଜ୍ୟ ସରକାର ଏବଂ ରାଜ୍ୟବାସୀଙ୍କୁୁ ଚିନ୍ତାରେ ପକାଇଛି । ଉକ୍ତ ୫୬ ବର୍ଷିଆ ବ୍ୟକ୍ତି ଜଣଙ୍କ ଦେହାରେ ଏହି ଭୂତାଣୁ ଥିବା ୪୦ଦିନ ପରେ ଚିହ୍ନଟ ହୋଇଛି ।
ଏହି ବ୍ୟକ୍ତି ଜଣଙ୍କ କଲିକତାରୁ ମାର୍ଚ୍ଚ ୨୬ରେ ଫରିଥିବା ବେଳେ ସଙ୍ଗୋରୋଧ କେନ୍ଦ୍ରକୁ ଯାଇ ରହିବାକୁ ଚେଷ୍ଟା କରିଥିଲା, ମାତ୍ର ସେଠାରେ ରହିବା ପାଇଁ ଅସୁବିଧା ହେତୁ ନିଜ ଗୃହରେ ସଙ୍ଗୋରୋଧରେ ରହିଥିଲା । ଏହାଭିତରେ ୧୪ଦିନ ଗଲାପରେ ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରୁ ରୋଗର ଲକ୍ଷଣ ନଥିବାରୁ ଜାଣିପାରି ଘରକୁ ଫେରି ଭୋଗ ରାଗ କରି ଗ୍ରାମରେ ବାଂଟିଥିଲା । ମାତ୍ର ପରବର୍ତ୍ତି ସମୟରେ ଏହାର ଲକ୍ଷଣ ୧୪ଦିନ ନୁହେଁ ବରଂ ୨୮ଦିନ ପରେ ବାହାରିଥିବାରୁ ପୁର୍ନବାର ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପ୍ରଶାସନ କହିଥିଲା । ଏହାଭିତରେ ୪୦ଦିନ ବିତିଯିବା ପରେ ଏହି ବ୍ୟକ୍ତିଙ୍କ ଦେହାରେ ଭୂତାଣୁ ଠାବ ହୋଇଥିଲା । ଯାହା ଫଳରେ ଏବେ ଭୂତାଣୁ ଚିହ୍ନଟ ହେବା ୧୪ଦିନ ନିହେଁ ବରଂ ୪୦ଦିନ ବୋଲି ଜାଣିବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଅନ୍ୟ ବକ୍ତି ମାନଙ୍କୁ ସଙ୍ଗରୋଧରେ ରହିବା ନିବେଦନ କରାଯାଉଛି ।
ଅନ୍ୟପଟରେ ଦେଖିବାକୁ ଗଲେ ସ୍ୱାସ୍ଥ ବିଭାଗ ଏହି କଲିକତା ଫେରନ୍ତାଙ୍କ ସ୍ୱାବ ପରୀକ୍ଷାକୁ ନେଇଥିଲା ନାଁ ନାହିଁ । ଯଦି ନେଇଥିଲା ତେବେ ସେ ପ୍ରଥମରୁ ୧୪ଦିନ ଭିତରେ ନେଇଥିଲା ନା ନାହିଁ । ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôିତ କରିବା ପରେ ସେମାନେ ଲକ୍ଷଣକୁ କେବଳ ଦେଖିକି ମନା କରିଥିଲେ ନାଁ ପରୀକ୍ଷା କରିବା ପରେ ରିପୋର୍ଟକୁ ଆଧାର କରି ତାହା ଦେହରେ ଲକ୍ଷଣ ନଥିବା ପ୍ରକାଶ କରିଥିଲେ କି? ଏଭଳି ତମାମ ପ୍ରଶ୍ନ ଜିଲ୍ଲାବାସୀଙ୍କ ମନରେ ଉଠିବାରେ ଲାଗିଛି ।
Related Posts
About The Author