ଯାଜପୁର/୦୩/୧୦/ ସନ୍ଧାନ ନିୟୁଜ୍/ ଗତ ମେ ମାସରେ କରୋନା ର ଦେହାନ୍ତ ହୋଇଥିବା ଜଣେ ସାଙ୍ଗର ପରିବାରକୁ ସହପାଠୀ ମାନେ ସହାୟତା ର ହାତ ବଢ଼ାଇ ନିଜର ସାମାଜିକ କର୍ତ୍ତବ୍ୟ ସମ୍ପାଦନ କରିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାଇ ଏହି ମୃତ ସାଙ୍ଗ ହେଉଛନ୍ତି ଚନ୍ଦ୍ରମଣି ଦାସ ,ସେ ଯାଜପୁର ଜିଲ୍ଲା ବରୀ ବ୍ଲକ କୁଶବଟ ଗ୍ରାମର , ସ୍ତାନିୟ ନବଭାରତୀ ବିଦ୍ୟାଭବନ ସଙ୍କାରିଗଡା ରେ ୧୯୯୮ ମସିହାରେ ମ୍ୟାଟ୍ରିକ ବ୍ୟାଚ ଛାତ୍ର ଥିଲେ , ତାଙ୍କର ଅସମୟରେ ମୃତ୍ୟ ଖବର ପାଇ ସବୁ ବନ୍ଧୁ ମାନେ ମିୟମରାଣ ହୋଇ କିଛି ଅର୍ଥ ସଂଗ୍ରହ କରିଥିଲେ, ସୂଚନା ଅନୁଯାଇ ମୋଟ ୧୫୦୦୦ ସଂଗୃହିତ ଅର୍ଥ ରାଶିକୁ ଯାଜପୁର ର ସାମ୍ବାଦିକ ତଥା ଚନ୍ଦ୍ରମଣି ଙ୍କ ସାଂଗ ସୁରେଶ କର ଓ ସମାଜସେବୀ ମେଘନାଦ ଜେନା ତାଙ୍କ ଘରେ ପହଞ୍ଚି ତାଙ୍କ ବିଧବା ପତ୍ନୀ , ପୁଅ ଓ ଝିଅ ଙ୍କୁ ଏହି ରାଶି ପ୍ରଦାନ କରିଛନ୍ତି ।
ଏହି ଖବର ଜଣାପଡିବା ପରେ ନବଭାରତୀ ବିଦ୍ୟାଭବନ ପୁରାତନ ଛାତ୍ର ସଂଘ ସଭାପତି ଡାକ୍ତର କୈଳାଶ ଚନ୍ଦ୍ର ପତି ୧୯୯୮ମସିହା ର ଏହି ସଦସ୍ୟ ମାନଙ୍କ ଏତାଦୃଶ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଛନ୍ତି ।
ଅପରପକ୍ଷରେ ସରକାର ଏହି ପରିବାରକୁ ଆଉ ଅଧିକ ସହାୟତା ,ଓ ଚନ୍ଦ୍ରମଣି ଙ୍କ ପୁଅ ,ଝିଅ ଙ୍କୁ ପାଠ ପଢିବା ପାଇଁ ବ୍ୟବସ୍ଥା କରାଇବାକୁ ବ୍ୟାଚ ପକ୍ଷରୁ ନିବେଦନ କରାଯାଇଛି ।
ଏହି ସହଯୋଗ କାର୍ଯ୍ୟକୁ ବ୍ୟାଚ ର ସକ୍ରିୟ ସଦସ୍ୟ ସରୋଜ ସାହୁ ,ରାଜେଶ ସାହୁ , ଶ୍ରୀନିବାଶ ପାଣି , ମେଘନାଦ ଜେନା , ଲିକି କର , ପ୍ରମୋଦିନି ନାୟକ ଆଦି ପରିଚାଳନା କରୁଛନ୍ତି ।ଆଗାମୀ ଦିନରେ ଏହି କାର୍ୟ କୁ ତ୍ୱରାନ୍ୱିତ କରାଯିବ ବୋଲି ସମ୍ବାଦିଯ ଶ୍ରୀ ସୁରେଶ କର ଜଣାଇଛନ୍ତି ।


