ରାଉରକେଲା ୧୦/୦୮/୨୦୨୦ (ସନ୍ଧାନ ନିଉଜ/ସୁବୋଧ ନାୟକ): ମହାମାରୀ କରେନା କାହାକୁ ଛାଡ଼ିନି, ଧନୀ ଠାରୁ ଗରିବ, ମଧ୍ୟବିତ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି । ଏଥିରୁ ଅନେକ ସୁସ୍ଥ ହୋଇ ସାରିଥିବା ବେଳେ, ଆଉ କିଛି ମୃତ୍ୟୁମୁଖରେ ପଡ଼ିଛନ୍ତି । କରୋନା କବଳରୁ ନେତା, ଅଭିନେତା କେହି ବର୍ତି ପାରି ନାହାନ୍ତି । ବିଗ ବି ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି । ଅପରପକ୍ଷରେ ରାଜନେତାକୁ ମଧ୍ୟ ନିଜ ଆୟତରେ ଜାବୁଡ଼ି ଧରିଛି କରୋନା ମହାମାରୀ । ବିଜେପିର କେନ୍ଦ୍ରମନ୍ତ୍ରୀ ଅମିତ ସାହ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ, ଗତକାଲି ବରଗଡ଼ ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇ ଚିିକିତ୍ସିତ ହେଉଛନ୍ତି । ପୂର୍ବରୁ ରାଜ୍ୟର କିଛି ବିଧାୟକଙ୍କ ରକ୍ତ ନମୁନାରେ କରୋନା ପଜେଟିଭ ବାହାରି ସାରିଛି । ରାଜନେତା ମାନେ କରେନାରେ ଆକ୍ରାନ୍ତ ହେବା ପରେ ଷ୍ଟିଲ ସିଟି ରାଉରକେଲାରେ ବିଭିନ୍ନ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଛନକା ପଶିଛି! ରାଉରକେଲାରେ କରୋନା ସଂଖ୍ୟା ୨୦୦୦ ପାର କରି ସାରିଛି । ରାଉରକେଲା ପୌରାଚଂଳରେ ସପ୍ତାହନ୍ତ ଶନିବାର ଓ ରବିବାର ଚାଲିଛି ସଟଡାଉନ । ସେହିପରି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟକୁ ଅଗଷ୍ଟ ୩୧ ଯାଏ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖାଯାଇଛି । ରାଉରକେଲାର କିଛି ନିର୍ଦ୍ଦିଷ୍ଟ ବୟସ୍କ ନେତା ମାନଙ୍କୁ ସହରର ରାଜରାସ୍ତାରେ ଦେଖିବାକୁ ମିଳୁନାହିଁ । ଲୋକ ମାନଙ୍କ ସମସ୍ୟା ଗୁଡ଼ିକୁ ଯଥାସମ୍ଭବ ଫୋନ ମାଧ୍ୟମରେ ଗ୍ରହଣ କରି ଏହାର ସମାଧାନ ପାଇଁ ବାଟ ବାହାର କରୁଛନ୍ତି ନେତା! ଯାହା କେବଳ କିଛି ନେତା ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧି ଛୋଟ କାର୍ଯ୍ୟକ୍ରମ, ଚାରାରୋପଣ, ରକ୍ତଦାନ ଶିବିର ଆଦିରେ ଭାଗ ନେଉଛନ୍ତି । ଅପରପକ୍ଷରେ କର୍ମୀ ମାନେ ମଧ୍ୟ ସେମାନଙ୍କ ପ୍ରିୟ ନେତାଙ୍କ ପାଖ କରୋନା ଭୟରେ ମାଡୁ ନାହାନ୍ତି, ଦରକାର ପଡ଼ିଲେ ଭିଡ଼ିଓ କଲ ମାଧ୍ୟମରେ ଅବାଶ୍ୟକୀୟ କଥାବାର୍ତା ହେଉଥିବା କଥା ସ୍ୱୀକାର କରିଛନ୍ତି ଶାସକ ଦଳ ବିଜେଡ଼ିର ଜଣେ ଟାଣୁଆ କର୍ମୀ! କରୋନା ମହାମାରୀ କେବେ ପ୍ରତହତ ହେବ ଏହାକୁ ନେଇ ସର୍ଭିଏ ଚାହିଁ ରହିଛନ୍ତି ।
କରୋନାକୁ ନେଇ ଷ୍ଟିଲ ସିଟିରେ ନେତା, କର୍ମୀ ଛାନିଆ!
|
August 11, 2020 |
![](https://sandhannews.com/wp-content/uploads/2020/08/laeder.jpg)