କରୋନାକୁ ନେଇ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ

Spread the love
ଭୁବନେଶ୍ୱର, ୧୬/୦୩ (ସନ୍ଧାନ ନିୟୁଜ/ମାନସ ରାଉତ): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ରେଗୁଲେସନ୍‌ ଜାରି ହୋଇଛି। ଏହି ରେଗୁଲେସନ୍‌ ଅନୁଯାୟୀ ସବୁ ସରକାରୀ, ଘରୋଇ ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ହସ୍ପିଟାଲ୍‌କୁ ଆସୁଥିବା କରୋନା ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ରଖିବେ। ଯଦି କେହି କରୋନା ସଂପର୍କରେ ଗୁଜବ ପ୍ରଚାର କରନ୍ତି ତାହେଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି କୌଣସି ଘରୋଇ ଲ୍ୟାବ୍‌ରେ କରୋନା ପରୀକ୍ଷାକୁ ଅନୁମତି ଦିଆଯିବ ନାହିଁ। କୌଣସି ବ୍ୟକ୍ତି କରୋନା ଭାଇରସ୍‌ ଆକ୍ରାନ୍ତ ଦେଶକୁ ଯାଇଥିଲେ ସେ ସମ୍ପର୍କରେ ନିଜେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଏନେଇ ମେଡିକାଲ କର୍ତ୍ତୃପକ୍ଷ/ସ୍ଥାନୀୟ ଅଧିକାରୀଙ୍କୁ ମଧ୍ୟ ସୂଚନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Related Posts

About The Author

Add Comment