କରୋନାକୁ ଦୂରେଇବା ପାଇଁ ରାମଦେବଙ୍କ ପରାମର୍ଶ

Spread the love

ଭୁବନେଶ୍ୱର,  ୧୬/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି। ଚୀନରେ ଆରମ୍ଭ ହୋଇଥିବା ଏହି ରୋଗ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୀ ଚାଲିଥିବା ବେଳେ ଭାରତରେ ବି କାୟା ବିସ୍ତାର କଲାଣି। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିଲେ ଏହି ରୋଗର ଆଶଙ୍କା ଅଧିକ। ଏଭଳି ସ୍ଥିତିରେ ଯୋଗଗୁରୁ ବାବା ରାମଦେବ କରୋନାରୁ ମୁକ୍ତି ପାଇଁ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଛନ୍ତି।

ବାବା ରାମଦେବଙ୍କ ପରାମର୍ଶ ଅନୁଯାୟୀ – ଚଟାଣରେ ସିଧା ଭାବେ କାନ୍ଧକୁ ଢିଲା କରି ବସନ୍ତୁ। ହସହସ ଚେହେରାରେ ଆଣ୍ଠୁ ଉପରେ ବାମ ହାତ ରଖନ୍ତୁ। ଡାହାଣ ହାତରେ ନାକ ଧରନ୍ତୁ। ବିଶି ଆଙ୍ଗୁଠି ଓ ମଧ୍ୟମା ଆଙ୍ଗୁଠି ମୁହଁ ମଝିରେ ରଖନ୍ତୁ। ଅନାମିକା ଓ କାଣି ଆଙ୍ଗୁଠି ନାକର ବାମପଟେ ରଖନ୍ତୁ। ବାମ ନାକପୁଡ଼ା ଖୋଲନ୍ତୁ। ବନ୍ଦ କରିବା ପାଇଁ ଅନାମିକା ଆଙ୍ଗୁଠି ଓ କାଣି ଆଙ୍ଗୁଠି ଡାହାଣପଟ ନାକରେ ବ୍ୟବହାର କରନ୍ତୁ। ଆଙ୍ଗୁଠିକୁ ଡାହାଣପଟ ନାକରେ ଚାପି ରଖି ବାମ ପଟ ନାକରେ ନିଃଶ୍ୱାସ ଛାଡ଼ନ୍ତୁ। ପୁଣି ଥରେ ବାମପଟ ନାକରେ ନିଃଶ୍ୱାସ ନିଅନ୍ତୁ। ଏହା ପରେ ଡାହାଣପଟ ନାକକୁ ଅନାମିକା ଓ କାଣି ଆଙ୍ଗୁଠିରେ ଧୀରେ ଚାପି ଧରନ୍ତୁ। ଧୀରେ ଧୀରେ ଡାହାଣ ପଟ ନାକରୁ ନିଃଶ୍ୱାସ ଛାଡ଼ନ୍ତୁ। ଏପରି ନିୟମିତ ଭାବରେ କରି କରୋନା ଭାଇରସ୍‌ଠାରୁ ଦୂରେଇ ରୁହନ୍ତୁ ବୋଲି ସେ କହିଛନ୍ତି।

Related Posts

About The Author

Add Comment