ନୂଆଦିଲ୍ଳୀ, ୦୧/୦୪ (ସନ୍ଧାନ ନିୟୁଜ) : ଡାକ୍ତରୀ ପେଷାରୁ ରାଜନୀତିକୁ ଯାଇଥିବା ମହେଶ ଶର୍ମା ପ୍ରଥମେ ବିଜେପି ବିଧାୟକ ଓ ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ରାଜନୀତି କରିବା ପରେ ନିଜ ମାଲିକାନାରେ ଥିବା ହସ୍ପିଟାଲର ପାଇଁ ସମୟ ଦେଇପାରୁ ନଥିଲେ। କିନ୍ତୁ କରୋନା ମୁକାବିଲା ପାଇଁ ସେ ପୁଣି ପୂର୍ବ ପେଷାକୁ ଫେରିଛନ୍ତି।
ଶ୍ରୀ ଶର୍ମା କହିଛନ୍ତି କରୋନାର କାୟା ବିସ୍ତାର ଯୋଗୁ ଯୋଗୁ ଦେଶରେ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତା’କୁ ଦେଖି ଏଭଳି ପଦକ୍ଷେପ ନେଇଛନ୍ତି। ଏହାର ହେଲା ନିକଟରେ ତାଙ୍କ ହସ୍ପିଟାଲକୁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିଲା। ରୋଗୀକୁ ଦେଖି ହସ୍ପିଟାଲର କର୍ମଚାରୀମାନେ ଆଶଙ୍କିତ ହୋଇପଡିଥିଲେ। ସେଥିପାଇଁ ସେ ଡାକ୍ତରୀ ପେଷାକୁ ଫେରିବାକୁ ମନସ୍ଥ କରିଥିଲେ। ଆଉ ଭାବୁଛନ୍ତି ସେ ନିଜେ ହସ୍ପିଟାଲରେ ଉପସ୍ଥିତ ରହିଲେ ଅନ୍ୟ କର୍ମଚାରୀମାନେ ଉତ୍ସାହିତ ହେବେ। ସେମାନଙ୍କ ମନରୁ ଭୟ ଓ ଆଶଙ୍କା ଦୂର ହୋଇପାରିବ।



