ଯାଜପୁର, ତା ୨୪ା୨ (ସନ୍ଧାନ ନିଉଜ): କରୋନାର ପ୍ରକୋପ କମିଥିଲେ ମଧ୍ୟ କରୋନା ସମ୍ପୂର୍ଣ୍ଣ କମିନାହିଁ । ତେଣୁ ଜିଲ୍ଳ୍ାର ପ୍ରତ୍ୟେକ ବ୍ୟକ୍ତି କରୋନା କଟକଣା ଓ ସରକାରୀ ମାର୍ଗ ଦର୍ଶିକା ଅନୁପାଳନ କରିବାକୁ ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଜିଲ୍ଳ୍ା ବାସୀଙ୍କୁ ଅନୁରୋଧ କରିଚ୍ଥନ୍ତି । କେରଳ, ମହାରାଷ୍ଟ୍ର ଭଳି ରାଜ୍ୟରେ କରୋନା ପୁନଶ୍ଚ ପ୍ରଭାବ ବିସ୍ତାର କରୁଥିବା କାରଣରୁ ଆମ ରାଜ୍ୟରେ ମଧ୍ୟ ସତର୍କତା ଜରୁରୀ ବୋଲି ରାଜ୍ୟ ରିଲିପଂ କମିଶନର ସମସ୍ତ ଜିଲ୍ଳ୍ାପାଳ, ଏସ୍ପି ଙ୍କୁ ଅବଗତ କରାଇଚ୍ଥନ୍ତି । ସେହି ଆଧାରରେ ଜିଲ୍ଳ୍ାର ସାଧାରଣ ସ୍ଥାନ ଏବଂ କାର୍ଯ୍ୟ କରିବା ସ୍ଥାନ ଗୁଡିକରେ କୋଭିଡ-୧୯ ର ସୁରକ୍ଷା ନିୟମାବଳୀକୁ କଡାକଡି ପାଳନ କରାଯିବ ବୋଲି ଜିଲ୍ଳ୍ାପାଳ ସୂଚନା ଦେଇଚ୍ଥନ୍ତି । ଏହାଦ୍ୱାରା କରୋନାକୁ ପ୍ରତିହତ କରାଯାଇପାରିବ ବୋଲି ଶ୍ରୀ ରାଠୋର କହିଚ୍ଥନ୍ତି । ମାସ୍କ ବ୍ୟବହାରକୁ କଡାକଡି ସହ ସାଧାରଣ ସ୍ଥାନ, କାର୍ଯ୍ୟ ସ୍ଥଳ, ଶିକ୍ଷାନୁଷ୍ଠାନ ମାନଙ୍କରେ ସାମାଜିକ ଦୂରତା ଓ ସାନିଟାଇଜେସନକୁ ସମସ୍ତେ ଅନୁପାଳନ କରନ୍ତୁ । ଅପର ପକ୍ଷରେ ବାହାଘର, ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମରେ, କ୍ରୀଡା, ମନୋରଂଜନ ଓ ସାସ୍କୃତିକ ଆଦି କାର୍ଯ୍ୟକ୍ରମକୁ ତଦାରଖ କରାଯିବ ଏବଂ ଜନ ଗହଳିକୁ ନିୟନ୍ତ୍ରଣ କରାଯିବ ବୋଲି ସେ ସୂଚନା ଦେଇଚ୍ଥନ୍ତି । ସତର୍କତା ଓ ସଚେତନତା ହିଁ କରୋନା ମୁକାବିଲାର ମୁଖ୍ୟ ଅସ୍ତ୍ର । ତେଣୁ ଘରୁ ବାହାରିବା କ୍ଷଣି ମାସ୍କ ବ୍ୟବହାର କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଏହା ପାଳନ ନିମିତ୍ତ ସୂଚନା ଦେବାପାଇଁ ସେ ଅନୁରୋଧ କରିଚ୍ଥନ୍ତି । ଆମ ଜିଲ୍ଳ୍ାରେ ଗତ ବର୍ଷ କରୋନାର ମାତ୍ରାଧିକ ପ୍ରକୋପକୁ ଆମେ ଅଙ୍ଗେ ନିଭେଇଚ୍ଥନ୍ତି । ତେଣୁ ଆମ ସମସ୍ତଙ୍କର ଉଦ୍ୟମ ବଳରେ ଚଳିତ କରୋନାର ପ୍ରକୋପକୁ ଆମେ ପ୍ରତିହତ କରିପାରିବା ବୋଲି ଶ୍ରୀ ରାଠୋର ଆଶା ବ୍ୟକ୍ତ କରିଚ୍ଥନ୍ତି । ଅପର ପକ୍ଷରେ ସମସ୍ତ ଶିକ୍ଷାନୁଷ୍ଠାନରେ ସରକାରୀ ମାର୍ଗ ଦର୍ଶିକାକୁ କଡାକଡି ଅନୁପାଳନ କରିବାକୁ ଜିଲ୍ଳ୍ାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ବିଶେଷ କରି ଶିକ୍ଷକ ଓ ଶିକ୍ଷୟତ୍ରୀ, ଅଧ୍ୟକ୍ଷ , ଅଧ୍ୟକ୍ଷା, ଜିଲ୍ଳ୍ା ଶିକ୍ଷା ଅଧିକାରୀ ଏ କ୍ଷେତ୍ରରେ ଦୃଢ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଚ୍ଥନ୍ତି । ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷା ଦାନ ବ୍ୟତୀତ ଅନ୍ୟ କୈାଣସି କାର୍ଯ୍ୟକ୍ରମ ଆୟୋଜନ ନ କରିବାକୁ ସରକାରୀ ନିର୍ଦ୍ଦେଶକୁ କଡାକଡି ପାଳନ ପାଇଁ ସେ ସତର୍କ କରାଇ ଦେଇଚ୍ଥନ୍ତି । ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଅନୁରୂପ ସତର୍କତା ଅବଲମ୍ୱନ କରିବା, ନିଜେ ମାସ୍କ ବ୍ୟବହାର ସହ ଗ୍ରାହକ ମାନଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା କରିବାକୁ ବ୍ୟବସ୍ଥା ଗ୍ରହଣ ଉପରେ ଜିଲ୍ଳ୍ାପାଳ ଗୁରୁତ୍ୱ ଦେଇଚ୍ଥନ୍ତି ।
କରେନା କଟକଣାକୁ କଡାକଡି ଅନୁପାଳନ ପାଇଁ ଜିଲ୍ଳ୍ାପାଳଙ୍କ ପରାମର୍ଶ
|
February 24, 2021 |



