କରମଡିହି ଗ୍ରାମପାୟତର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସାମଗ୍ରୀ ଚୋରି

Spread the love

ସୁନ୍ଦରଗଡ ତା:୧୧/୪/୨୦୨୨ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ବ୍ଲକରେ କ୍ରମାଗତ ଭାବରେ ଚୋରିର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଗତକାଲି ବିଳମ୍ବିତ ରାତ୍ରିରେ କରମଡ଼ିହି ପଞ୍ଚାୟତର ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏହି ଚୋରିର ପଂଚାୟତର ପୂର୍ବତନ କର୍ମଚାରୀଙ୍କ ସଂଶ୍ଲିଷ୍ଟ ଥିବା ଅନୁମାନ କରାଯାଉଛି । ତଦନ୍ତ ପରେ ଏହିସବୁ ଗୁମରର ଖୋଲିବ ବୋଲି ବୁଦ୍ଧିଜୀବୀ
ମହଲରେ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ପଞ୍ଚାୟତର ନିର୍ବାହୀ ଯନ୍ତ୍ରୀ ଓ ସରପଞ୍ଚଙ୍କ କୋଠରୀର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି । ତଲସରା ପୋଲିସ ଏହି ବିଷୟରେ ଅବଗତ କଲାପରେ ତନାଘନା ଆରମ୍ଭ କରିଛି । ବିଶେଷ ତଦନ୍ତ ପରେ ଅନେକ ଘଟଣା ପଦାକୁ ଆସିବ ବୋଲି ଗ୍ରାମବାସୀ ଦାବି ଜଣାଇଛନ୍ତି । ସ୍ଥାନୀୟ ପୋଲିସ ଏ ଦିଗରେ କେତେ ମାତ୍ରାରେ ଗୁରୁତ୍ୱ ନେବେ ତାହା ଦେଖିବାକୁ ବାକି ରହିଛି ।

Related Posts

About The Author

Add Comment