କରଞ୍ଜିଆ ଅଟୋ ମହାବିଦ୍ୟାଳୟର +୩ ପରୀକ୍ଷାଫଳ ପ୍ରକାଶ

Spread the love

କରଞ୍ଜିଆ, 30/10 (ସନ୍ଧାନ ନ୍ୟୁଜ୍) ;- କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୁରୁବାର ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ ପାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ । ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଚିନ୍ତାମଣି ଶତପଥୀ ଏବଂ ଉପନିୟନ୍ତ୍ରକୁ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ପରିଚାଳନା ସମିତିର ସଭାପତି ତଥା ଉପଜିଲ୍ଲାପାଳ ଡ଼, ରଜନୀକାନ୍ତ ବିଶ୍ବାଳ ଆଜି ମୁଖ୍ୟଅତିଥୀ ଭାବେ ଯୋଗଦେଇ ମହାବିଦ୍ୟାଳୟର -ପରୀକ୍ଷାଫଳକୁ ଘୋଷଣା କରିଥିଲେ । ଚଳିତବର୍ଷ କଳାରେ ୧୯୩, ବିଜ୍ଞାନରେ ୧୨୯ ଓ ବାଣିଜ୍ୟରେ ୩୩ ଶିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ତନ୍ମଧରୁ କଳାରେ ୧୬୯, ବିଜ୍ଞାନରେ ୧୨୦ ଏବଂ ବାଣିଜ୍ୟରେ ୧୭ ଶିକ୍ଷାର୍ଥୀ କୃତକାର୍ଯ୍ୟ ହୋଇ ପାସହାର ଶତକଡା ୮୬୧୯ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣାଯାଇଥିଲା । କଳା ବିଭାଗରେ କୃତକାର୍ଯ୍ୟ ହୋଇଥିବା ୧୬୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାର୍ବତୀ ନାଏକ ସର୍ବମୋଟ ୧୯୭୨ ନମ୍ବର ରଖ୍ ଶତକଡା ୭୫,୮୪ ପ୍ରତିଶତ ହାସଲ କରି ବେଷ୍ଟ ଗ୍ରାଜୁଏଟି ହୋଇଥିବା ବେଳେ ବାଣିଜ୍ୟ ବିଭାଗରେ କୃତକାର୍ଯ୍ୟ ହୋଇଥିବା ୧୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜିତେନ୍ଦ୍ର ନାଏକ ସର୍ବମୋଟ ୧୪୯୪ ନମ୍ବର ରଖ୍ ଶତକଡା ୧୭.୪୬ ପ୍ରତିଶତ ହାସଲ କରି ବେଷ୍ଟ ଗ୍ରାଜୁଏଟି ଏବଂ ବିଜ୍ଞାନ ବିଭାଗରେ କୃତକାର୍ଯ୍ୟ ହୋଇଥିବା ୧୨୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଘନଶ୍ୟାମ ମହାନ୍ତ ସର୍ବମୋଟ ୨୨୩୨ ନମ୍ବର ରଖୁ ଶତକଡା ୮୫.୮୪ ପ୍ରତିଶତ ହାସଲ କରି ବିଜ୍ଞାନ ବିଭାଗ ସହ ସମଗ୍ର ମହାବିଦ୍ୟାଳୟର ଟପ୍ପର ହୋଇଥିବା ଜଣାଯାଇଛି । ଘନଶ୍ୟାମ ପ୍ରାଣୀବିଜ୍ଞାନ (ଅନର୍ସ) ରେ ୧୪୦୦ ନମ୍ବର ମଧ୍ୟରୁ ୧୨୯୩ ନମ୍ବର ରଖ୍ ଶତକଡା ୯୨ ୩୫ ପ୍ରତିଶତ ହାସଲ କରିବା ସହ ସମସ୍ତ ଅନର୍ସ ପରୀକ୍ଷାର୍ଥୀଙ୍କ ଠାରୁ ସର୍ବୋଚ୍ଚ ନମ୍ବର ରଖି ମହାବିଦ୍ୟାଳୟକୁ ଗୌରବାନିତ କରିଛନ୍ତି ବୋଲି ଅଧ୍ୟକ୍ଷ ଘୋଷଣା କରିଛନ୍ତି । ଘନଶ୍ୟାମଙ୍କ ବ୍ୟତୀତ ଅନ୍ୟ ୧୩ ଜଣ ଶିକ୍ଷାର୍ଥୀ ବିଭିନ୍ନ ଅନର୍ସରେ ଟପ୍ପର ହୋଇଛନ୍ତି । ସେମାନେ ହେଲେ ଅର୍ଥଶାସ୍ତ୍ରରେ ଦୀପା ମହାନ୍ତ ୯୭୮ ନମ୍ବର ରଖ୍ ଶତକଡ଼ା ୬୯.୮୫ ପ୍ରତିଶତ, ଇଂରାଜୀରେ ହୋମିନ୍ଦ୍ର ଶଙ୍କର ଶିଭ ପ୍ରସାଦ ମହାନ୍ତ ୯୦୩ ନମ୍ବର ରଖ୍ ଶତକଡା ୬୪.୫ ପ୍ରତିଶତ, ଇତିହାସରେ ପ୍ରିୟଙ୍କା ନାଏକ ୧୦୨୨ ନମ୍ବର ରଖ୍ ଶତକଡା ୭୩ ପ୍ରତିଶତ, ଓଡ଼ିଆରେ ଭୀଷ୍ମଚରଣ ମହାନ୍ତ ୧୦୪୦ ନମ୍ବର ରଖ୍ ଶତକଡା ୭୪.୨୮ ପ୍ରତିଶତ, ଦର୍ଶନଶାସ୍ତ୍ରରେ ଜୁରେନ୍ଦ୍ର ଜାମୁଡା ୧୦୮୩ ନମ୍ବର ରଖ୍ ଶତକଡା ୭୭ ୩୫ ପ୍ରତିଶତ, ରାଜନୀତିବିଜ୍ଞାନରେ ବାସନ୍ତୀ ନାଏକ । ୯୮୯ ନମ୍ବର ରଖ୍ ଶତକଡା ୭୦ ୬୪ ପ୍ରତିଶତ, ସଂସ୍କୃତରେ ପାର୍ବତୀ ନାଏକ ୧୧୩୪ ନମ୍ବର ରଖୁ ଶତକଡା ୮୧ ପ୍ରତିଶତ, ଉଭିଦ ବିଜ୍ଞାନରେ ଲିସ୍ ପରିଡା ୧୧୯୪ ନମ୍ବର ରଖୁ ଶତକଡା ସହିଦ, ରସାୟନ ବିଜ୍ଞାନରେ ଗୀତାଞ୍ଜଳି ଗିରି ୧୧୫.୬ ନମ୍ବର ରଖ୍ ଶତକଡା ୮୨.୫୭ ପ୍ରତିଶତ, ଗଣିତରେ ହିନା ନାଜ ୧୨୧୨ ନମ୍ବର ରଖୁ ଶତକଡା ୮୬.୫୭ ପ୍ରତିଶତ, ପଦାର୍ଥ ବିଜ୍ଞାନରେ ସୁଜାତା ମହାନ୍ତ ୧୨୧୭ ନମ୍ବର ରଖୁ ଶତକଡା ୮୬୯୨ ପ୍ରତିଶତ, ବାଣିଜ୍ୟରେ ଜିଗୀତ କୁମାର ହୋ୮୬୩ ନମ୍ବର ରଖ୍ ଶତକଡା ୬୧.୬୪ ପ୍ରତିଶତ ହାସଲ କରିଥିବା ଜଣାଯାଇଛି । ମହାବିଦ୍ୟାଳୟର ଏଭଳି ସଫଳତା ପଛରେ ଶିକ୍ଷାର୍ଥୀଙ୍କ ଉଚ୍ଚଶିକ୍ଷା ପ୍ରତି ଦୃଢ ଇଚ୍ଛାଶକ୍ତି, ଅଧାପନାମଣ୍ଡଳୀଙ୍କ ନୀରବଛିନ୍ନ ଉଦ୍ୟମ ଏବଂ ଶିକ୍ଷା ପରିବେଶ ପାଇଁ ଆବଶ୍ୟକ ଭିତ୍ତିଭୂମିର ଉପଲବ୍ଧ ପ୍ରଭୃତି ମୁଖ୍ୟ କାରଣ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଏହି ପରୀକ୍ଷାଫଳକୁ ପରୀକ୍ଷାର୍ଥୀଗଣ ଘରେ ବସି ମହାବିଦ୍ୟାଳୟର ୱେବସାଇଟରୁ – ଦେଖୁପାରିବେ ବୋଲି ନିୟନ୍ତ୍ରକ ଚିନ୍ତାମଣି ଶତପଥୀ ପ୍ରକାଶ କରିଛନ୍ତି । ମୋଟ ୩୫୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଅନୁସୂଚିତ ଜାତି ଓ ଜନଜାତି ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୩୫ ଅର୍ଥାତ ଶତକଡା ୬୬ ପ୍ରତିଶତ  ଥିବା ଜଣାଯାଇଛି ।

Related Posts

About The Author

Add Comment