କରଞ୍ଜିଆମାଟିର ଗର୍ବ ଅଜିତ ଦାସଙ୍କ ବିୟୋଗରେ ସ୍ମତିସଭା

Spread the love

କରଞ୍ଜିଆ ୧୮/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) :- ଭୁବନେଶ୍ୱରସ୍ଥିତ ସତ୍ୟନଗର ସ୍ମଶାନରେ ଗତକାଲି କରଞ୍ଜିଆ ମାଟିର ଯଶସ୍ଟି ସନ୍ତାନ ତଥା ମୟୁରଭଞ୍ଜ ମାଟିର ମହାନାୟକ ଅଭିନେତା ଅଜିତ ଦାସଙ୍କ ମହାନଆପ୍ ପଞ୍ଚଭୂତରେ ଲୀନ ହେବାପରେ ସନ୍ଧ୍ୟାରେ କରଞ୍ଜିଆସ୍ଥିତ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟକ୍ଷ କରୁଣାକର ଦାଶଙ୍କ ସଭାପତିତ୍ବରେ ଏକ ସ୍ମତି ସଭା ଅନୁଷ୍ଠିତ ହୋଇଯାଇଛି । ଅଜିତ ଦାସଙ୍କ ସମସାମୟିକ ନିଆରା ବନ୍ଧୁ ତଥା ମଞ୍ଚ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଉମାଶଙ୍କର ସାହା, ଗୋପାଲ ଅଗ୍ରୱାଲ, ଭୁବନ ବିହାରୀ ସାହୁ, ବିଶ୍ୱଜିତ ଚୌଧୁରୀ, ବିଷ୍ଣୁ କୁମାର ଅଗ୍ରୱାଲ, ମନୋଜ କୁମାର ମହାନ୍ତି, ସ୍ବରୂପ ପରିଜା, ପ୍ରେମଜିତ ସାହୁ, ବିନ୍ଦୁସାର ଦାସ, ତନ୍ମୟ କୁମାର ଦାସ, ଦନାର୍ଦନ ବେହେରା ଅଶୋକ ସାହୁ, ସଞ୍ଜୟ ସାହା ପ୍ରମୁଖ ଉପସ୍ଥିତ ହୋଇ ଏହି ମହାନାୟକଙ୍କ ମହାଯାତ୍ରା ଓ ତାଙ୍କର ଜୀବନୀ ଉପରେ ସ୍ମୃତିଚାରଣ କରିଥିଲେ । କରଞ୍ଜିଆରୁ ମଞ୍ଚ ଅଭିନେତା ଭାବେ ଅଭିନୟ କରି ସୁଦୂର ଦିଲ୍ଲୀସ୍ଥିତ ଏନଏସଡିରେ ପାଠ ପଢିବା ବେଳେ ରାଜବବର ଓ ନାଶିରୁଦ୍ଦିନ ସାହଙ୍କ ସହ ଘନିଷ୍ଠତା ଏବଂ ବନ୍ଧୁ ବିଜୟ ମହାନ୍ତିଙ୍କ ସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଜିତ ଦାସ ତାରକାହୋଇଥିବା ନେଇ କରୁଣାକର ଦାସ ପ୍ରକାଶ କରିଥିଲେ । ବନ୍ଧୁ ବିଜୟ ମହାନ୍ତିଙ୍କ ମୃତ୍ୟୁ ପରେ ମୁଁ ଏକୁଟିଆ ରହି କଣ କରିବି ଏବଂ ମୃତ୍ୟୁର ଦୁଇଦିନ ପୂର୍ବରୁ ମୁଁ ପଳାଇବି’ ବୋଲି ଫୋନ ଯୋଗେ ବାର୍ତ୍ତାଳାପ ସମୟରେ ପ୍ରକାଶ କରିଥିବା ନେଇ ଉମାବାବୁ ପ୍ରକାଶ କରିବାରେ ଉପସ୍ଥିତ ବ୍ୟକ୍ତିଗଣ କାନ୍ଦିପକାଇଥିବା ଦେଖାଯାଇଥୁଲା । ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା ପରେ ସଭା ସାଙ୍ଗ କରାଯାଇଥିଲା ।

                             ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଅଜିତ ନାରାୟଣ ଦାସଙ୍କ ବିୟୋଗରେ ତାଙ୍କ ଜନ୍ମର୍ଦ୍ଧାନ କରଞ୍ଜିଆ ସ୍ତବ୍ଧ ଓ ଶୋକାକୁଳ  କରୋନା ମହାମାରୀର ଶିକାର ହୋଇ ଜୀବନ ଯୁଦ୍ଧରେ ଏହି ନାଟ୍ୟ ଜଗତର କିମ୍ବଦନ୍ତୀ ୭୧ବର୍ଷ ବୟସରେ ହାରିଗଲେ। ତାଙ୍କ ବିୟୋଗରେ କରଞ୍ଜିଆ ମାଟି ଜଣେ ମହାନ କଳାକାରଙ୍କୁ ହରାଇଲା । ଏହି ‘ଖବର ପ୍ରକାଶିତ ହେବା ମାତ୍ର କେହି ବି ଏହାକୁ ଗ୍ରହଣ ଓ ବିଶ୍ୱାସ କରିପାରି ନ ଥିଲେ । ତାଙ୍କ ବିୟୋଗ କରଞ୍ଜିଆ ମାଟି ଶୋକାକୁଳ ହୋଇଉଠିଥିଲା । ଏହି ବିୟୋଗରେ ତାଙ୍କ ଶିଷ୍ୟ ସଞ୍ଜୟ ସାହା ଭାବ ବିହ୍ବଳ ହୋଇ ସାରଙ୍କ ବିୟୋଗ ଯୋଗୁଁ ମୁଁ ମୋର ଜଣେ ଶିଷ୍ୟବତ୍ସଳ ଗୁରୁଙ୍କୁ ହରାଇଲି ବୋଲି ପ୍ରକାଶ କରିଥିଲେ। ତାଙ୍କ ଭାଇ ମୋହିତ କୁମାର ଦାସ କହିଥିଲେ ଯେ ସେ ତାଙ୍କର ବାପା ସଦୃଶ ବଡ଼ ଭାଇଙ୍କୁ ହରାଇଲେ ଯାହା ସବୁବେଳେ ଅପୁରଣନୀୟ ହୋଇ ରହିଯିବ । ତାଙ୍କ ବିୟୋଗରେ କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ କରୁଣାକର ଦାସ ଅତ୍ୟନ୍ତ ପ୍ରିୟମାଣ ବୋଲି । କହିଥିଲେ। ତାଙ୍କ ପୁତୁରା ତଥା ବରିଷ୍ଠ ସାମ୍ବାଦିକ ଉମାଶଙ୍କର ଦାସ କହନ୍ତି ଯେ ଦାଦା ଏ ଅଞ୍ଚଳର କଳା ସଂସ୍କୃତି ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଦା ସର୍ବଦା ନମସ୍ୟ ହୋଇ ରହିଥିବେ ବୋଲି କହିଥିଲେ । ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

Related Posts

About The Author

Add Comment