ସୁନ୍ଦରଗଡ ତା:୨୮/୬/୨୦୨୧ ( ସନ୍ଧାନ ନିଉଜ/ରୋସନ ପଟେଲ ) ଯୋଗୀମାଲ ପଞ୍ଚାୟତ ଅନ୍ତର୍ଗତ ଡ଼ମବାହାଲ ଗ୍ରାମରେ ଦୀର୍ଘଦିନର ପ୍ରତୀକ୍ଷା ପରେ ଏକ କମ୍ୟୁନିଟି ସେଣ୍ଟରର ଉତଘାଟନ କରିଛନ୍ତି । ଅନେକ ଦିନରୁ ଏହି କମ୍ୟୁନିଟି ସେଣ୍ଟରର କାର୍ଯ୍ୟକ୍ରମ ଥିବା ବେଳେ ଅନେକ ଦିନର କାର୍ଯ୍ୟ ଆଜି ସଫଳ ହେବାରେ ଅଞ୍ଚଳବାସୀ ବିଧାୟିକା ଙ୍କୁ ଧନ୍ୟବାତ ଜଣାଇଛନ୍ତି । ଲୋକଙ୍କ ସହଯୋଗରେ ସବୁ ସମୟରେ ତତ୍ପର ରହିବା ସହିତ ପ୍ରତ୍ୟେକ କ୍ଷେତ୍ରରେ ଅଞ୍ଚଳ ବାସୀଙ୍କ ଦୁଃଖରେ ସହବାସୀ ହେବେ ବୋଲି ବିଧାୟିକା କହିଛନ୍ତି । ଏହି କାର୍ଯ୍ୟକ୍ରମ ସହିତ ଆଉ ଅନେକ ଉନ୍ନତି ମୂଳକ କାର୍ଯ୍ୟ ଯଥା ରାସ୍ତାର ଉନ୍ନତିକରଣ,ସ୍ୱଚ୍ଛ ଭାରତର ଉନ୍ନତିକରଣ ସହିତ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଧାୟିକା ଜଣାଇଛନ୍ତି ।
କମ୍ୟୁନିଟି ସେଣ୍ଟରର ଭୂମି ପୂଜନ କଲେସଦର ବିଧାୟିକା
|
June 28, 2021 |



