କମିଶନରେଟ୍ ପୋଲିସର ଅଜବ ନୀତି, ସଚେତନତା ବଦଳରେ ଗରିବ ମଧ୍ୟବିତ୍ତଙ୍କ ଠାରୁ ଫାଇନ୍ ୫ଶହ ଆଦାୟ, ଡିଜିପିଙ୍କ ନିକଟରେ ଅଭିଯୋଗ

Spread the love

କଟକ, (ସନ୍ଧାନ ନିୟୁଜ/ମାନସ ରାଉତ) ରାଜ୍ୟରେ କରେନା ସ୍ଥିତିକୁ ନେଇ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ତିନୋଟି ଜୋନରେ ବିଭକ୍ତ କରିଥିବା ବେଳେ ଏହି ଜିଲ୍ଲା ମଧ୍ୟରେ ଦୋକାନ ବଜାର ଖୋଲା କରିବାକୁ କେତେକ ଗାଇଡ ଲାଇନ ଜାରି କରିଛନ୍ତି । ଏହି ଲକ ଡାଉନ ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ଥ ହୋଇଛନ୍ତି ମଧ୍ୟବିତ୍ତ ବର୍ଗ । ଏମାନେ ନା ଖାଇବାକୁ ପାଉଛନ୍ତି ନା କାହାରିକ କହିବାକୁ । ଗରିବଙ୍କୁ ତ ସରକାର ଏବଂ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାହାର୍ଯ୍ୟର ହାତ ବଢ଼ାଇଲେ । ମାତ୍ର ମଧ୍ୟବିତ୍ତ ମାନେ କୌଣସି ସୁବିଧା ପାଇଲେ ନାହିଁ । ଅନ୍ୟପଟରେ ଗ୍ରୀନ୍ ଜୋନରେ ଦୋକାନ ଖୋଲିବାକୁ ସରକାର ନିୟମ କରିଥିବା ବେଳେ ଏହି ମଧ୍ୟବିତ୍ତ ଶ୍ରେଣୀ ର ଲୋକମାନେ ନିଜର ବେପାର କରି ଭରଣ ପୋଷଣ ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ରୋଜଗାରରୁ ଅଧା ପୋଲିସ ବାବୁ ମାନେ ଆଦୟ କରିନେଉଛନ୍ତି । କଟକ କଲେଜ ସ୍କୋୟାରରେ କେତକ ଦୋକାନରୁ ୫ଶହ ଟଙ୍କା ଲେଖାଏଁ ଆଦାୟ କରିଛି । ତାହା ପୁଣି ସାନିଟାଇଜର ନଥିବା ପାଇଁ । ସରକାର ଯେଉର୍ଠି ସାବୁନରେ କାମ କରିହେବ ବୋଲି କହୁଛନ୍ତି ସେଠାରେ ସାନିଟାଇଜର ପାଇଁ ୫ଶହ ଆଦାୟ କରିବା କେତେ ଯୁକ୍ତିଯୁକ୍ତ । କେତକ ଦୋକାନ ତାଙ୍କ ରୋଜଗାର ୫ଶହ ହୋଇନଥିବା ବେଳେ ପୋଲିସକୁ ୫ଶହ ଦେଇ ଭୋକରେ ରହୁଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ସାନିଟାଇଜର ନାହିଁ ତେବେ ସେମାନଙ୍କୁ ସାବୁନ ବା ସାନିଟାଇଜର ଦେଇ ତାହା ବାବଦକୁ ଅର୍ଥରାଶି ନେଇ ପାରିଥାନ୍ତା ମାତ୍ର ମଧ୍ୟବିତ୍ତ ପେଟରେ ଗୋଇଟା ମାରିବା ଭଳି ସେମାନଙ୍କ ଠାରୁ ୫ଶହ ଲୁଟିନେବା ଘଟଣାକୁ ବିଭିନ୍ନ ସ୍ତରରେ ନାପସନ୍ଦ କରାଯାଇଛି ।

Related Posts

About The Author

Add Comment