ନୂଆଦିଲ୍ଲୀ, ୬/୨(ସନ୍ଧାନ ନିୟୁଜ) : ସଂପ୍ରତି ବଜାରରେ ଅଳଙ୍କାରର ଚାହିଦା ବଢ଼ୁଥିବା ଦେଖି ବୁଧବାର ରାଷ୍ଟ୍ରୀୟ ରାଜଧାନୀର ସରାଫା ବଜାରରେ ସୁନାର ମୂଲ୍ୟରେ ୨୫ଟଙ୍କା କମି ୧୦ ଗ୍ରାମ୍ ପିଛା ୩୪,୪୫୦ ଟଙ୍କା କରାଯାଇଛି । ଏହା ସହ ଚାନ୍ଦିର ଦାମ୍ ୩୨୦ଟଙ୍କା କମ୍ କରାଯାଇ କିଲୋଗ୍ରାମ୍ ପିଛା ୪୧,୩୮୦ କରାଯାଇଥିବା କହିଛି ଅଖିଳ ଭାରତୀୟ ସରାଫା ଆସୋସିଏସନ୍ ।
ରାଷ୍ଟ୍ରୀୟ ରାଜଧାନୀରେ ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନାର ଦାମ୍ କ୍ରମଶଃ ୨୫ଟଙ୍କା କମି ୩୪,୪୫୦ଟଙ୍କା ଏବଂ ୩୪,୩୦୦ଟଙ୍କା ପ୍ରତି ୧୦ଗ୍ରାମ୍ ହୋଇଛି । ସେଭଳି ଭାବରେ ସୁନାର କଏନ୍ ପ୍ରତି ୮ଗ୍ରାମ୍କୁ ୨୬,୧୦୦ଟଙ୍କା ରହିଛି । ଚାନ୍ଦିର ଦାମ୍ ୩୨୦ଟଙ୍କା କମି କିଲୋଗ୍ରାମ୍ ପିଛା ୪୧,୩୮୦ଟଙ୍କା ହୋଇଥିବା ବେଳେ ସାପ୍ତାହିକ ଡେଲିଭରି ପାଇଁ ୩୨୨ଟଙ୍କା କମି କିଲୋଗ୍ରାମ୍ ପିଛା ୪୦,୩୨୩ଟଙ୍କା ହୋଇଛି । ସୂଚନା ମୁତାବକ, ସ୍ଥାନୀୟ ଅଳଙ୍କାର ବିକ୍ରେତାଙ୍କ ଅଳଙ୍କାରକୁ ନେଇ ଦାବି କମ ହୋଇ ଯିବାରୁ ଅଳଙ୍କାର ଗୁଡ଼ିକର ଦାମ୍ କମ କରଯାଇଥିବା ଜଣା ପଡ଼ିଛି ।