ଭୁବନେଶ୍ୱର,୧୨/୧୧ (ସନ୍ଧାନ ନିଉଜ): ପେଟ୍ରୋଲ ଓ ଡିଜେଲ ଦର କମିବା ଅବ୍ୟାହତ ରହିଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୭ ପଇସା ଓ ୧୫ ପଇସା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲଦର ହ୍ରାସ ପାଇବା ଯୋଗୁଁ ଦେଶରେ ତେଲ କମୁଛି । ଅନ୍ତର୍ଜାତୀୟ ବଜାରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅଶୋଧିତ ତେଲ ଦର ୮୪ ଡଲାର ଟପିଯାଇଥିବାବେଳେ ଏବେ ତାହା ୭୧ ଡଲାରକୁ ଖସିଆସିଛି ।
ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୭.୫୬ ଓ ଡିଜେଲ ଦର ଲିଟର ପିଛା ଟ.୭୨.୩୧ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୬.୪୪ ଓ ଡିଜେଲ ୭୭.୬୦ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।