ଜେନାପୁର୨୯ ।୧(ସନ୍ଧାନ ନିୟୁଜ/ପ୍ରଶାନ୍ତ ସମାଲ): ଧର୍ମଶାଳା ବ୍ଲକ ଅନ୍ତର୍ଗତ କମାଗଡ଼ ଠାରେ ଆସନ୍ତା ୨ ତାରିଖରେ ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାନେଣ୍ଟ ଆୟୋଜିତ ହେବାକୁ ଯାଉଛି । ଏଚ ଏମ ଟି ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କମାଗଡ ହିଙ୍ଗୁଳା ପଡିଆ ଠାରେ ଖେଳାଯିବ । ଏଥିରେ ଭାରତର ଚାରୋଟି ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡିଶା ସମେତ ବମ୍ବେ,ଚେନ୍ନାଇ ଓ କର୍ଣ୍ଣାଟକ ଅଂଶ ଗ୍ରହଣ କରିବେ । ଏହି ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାକୁ ସଦୟ ସ୍ୱୀକୃତି ପ୍ରଦାନ କରିଥିବା ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି ।
କମାଗଡ଼ କପ ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟପ୍ରସ୍ତୁତି
|
January 29, 2020 |
![](https://sandhannews.com/wp-content/uploads/2019/05/sandhan-728-into-90.jpg)