ବାରିପଦା,, ୧୭/୦୯/୨୦ (ସନ୍ଧାନ ନିଉଜ) : ଗରିବ ଅସହାୟ ଜନସାଧାରଣଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା ଚାଲିଛନ୍ତି । ଏନ୍ତୁଡ଼ି ଶାଳରୁ ସ୍ମଶାନ ଯାଏ ବିଭିନ୍ନ ଯୋଜନା କାର୍ଯ୍ୟକାରି କରୁଥିବା କୁହାଯାଉଛି। ଲୋକଙ୍କ ଝାଟିମାଟି କକା ଘରକୁ ପକା ଘର କରିବାପାଇଁ ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ଯୋଜନା ସବୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉ ନ ଥିବାରୁ ଗରିବ ପରିବାର ପାଇଁ ଆବାସ ଯୋଜନା ସାତ ସପନ ହୋଇଛି । ଯୋଗ ହିତାଧିକାରୀଙ୍କୁ ବାଦ ଦିଆଯାଇ ଅଯୋଗ ହିତାଧିକାରୀ ଏହି ଯୋଜନାରେ ସାମିଲ ହେଉଛନ୍ତି । ଫଳରେ ଗରିବ ଅସହାୟ ପରିବାର ଟିଏ ପଇଥିନ ତଳେ ବାଧ୍ୟ ହୋଇ କାଳତିପାତ କରୁଛି। ଏପରି ଏକ ଘଟଣା ତେଲକୋଇ ବ୍ଲକ ଶିବ ନାରାୟଣ ପୁର ଗୋଡା ଫଚାୟତ କମଳାଙ୍ଗ ଗ୍ରାମରେ ଦେବାକୁ ମିଳିଛି । ଗ୍ରାମର ମୁଣ୍ଡା ସାହିରେ ପାଖାପାଖୁ ୨୦ଟି ମୁଣ୍ଡା ସମ୍ପ୍ରଦାୟ ପରିବାର ବସବାସ କରୁଛନ୍ତି । ମାତ୍ର ସେମାନବ ପାଇଁ ଆବାସ ଯୋଜନା ଅପହS ସାଜିଛି । ଗ୍ରାମର ମଧୁ ମୁଣ୍ଡା(୫୦), ବି? ମୁଣ୍ଡା(୩୫) ଓ ସାବିତ୍ରୀ ମୁଣ୍ଡ(୫୫) ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି ମଧୁ ମୁ ଏକ ଭଙ୍ଗା ଦଦରା ଘରେ ଗୋଟିଏ ପାର୍ଶ୍ଵ ରେ ଆଜବେଷ୍ଟ ଓ ଅନ୍ୟ ପା ରେ ପଲିଥନ ଦେଇ ୫ପ୍ରାଣି କୁଟୁମ୍ବ ସହ ରାତି ବିତାଉଛନ୍ତି । ଏହା ସହିତ ସେହି କୁଡିଆରେ ଛେଳି ଓ ଗୋରୁ ଗାଇକ ସହ ଅସ୍ଥ୍ୟକର ପରିବେଶ ମଧ୍ୟରେ ରହୁଛନ୍ତି । ୧ଲ ଜମି ପଟା ଖଣ୍ଡିଏ ପାଇଛନ୍ତି ହେଲେ ଆବାସ ଯୋଜନାରେ ସାମିଲ ହୋଇ ନାହାନ୍ତି । ଆବାସ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧକାରୀ ନିକଟରେ ବହୁବାର ଗୁହାରି କରିଥିଲେ ସୁଦ୍ଧା କେହି ତାକୁ ସାହା ହେଉ ନ ଥିବା ସେ ପ୍ରକାଶ କରିଛନ୍ତି । ସେହିପରି ଗ୍ରାମର ଅସହାୟ ମହିଳା ସାବିତ୍ରୀ ମୁଣ୍ଡାକୁ ମଧ୍ୟ ସରକାରକୁ ଆବାସ ଯୋଜନାରୁ ବାଦ୍ ପଡ଼ିଛନ୍ତି । ଦୀର୍ଘ ବର୍ଷ ହେବ ସ୍ବାମୀ ଚାଲିଗଲା ପରେ କେବଳ ଭତା ଟଙ୍କା ପାଉଛନ୍ତି । ଘର ଖଣ୍ଡିଏ ପାଇଁ ବ୍ଲକ ଅଫିସ୍ ଦୌଡ଼ି ଦୌଡ଼ି ଥକି ଯାଇଛନ୍ତି କିନ୍ତୁ କୌଣସି ବାବୁ ତାକୁ ଗୁହାରି ଶୁଣି ନ ଥିବା କହିଛନ୍ତି । ଏହା ସହିତ ବିଜୁ ମୁଣ୍ଡା ମଧ୍ୟ ଆବାସ ଯୋଜନାରୁ ବଂଚିତ ହୋଇ ଏକ ଚାଳ ଛପର ଭଙ୍ଗା ଘରେ ନିଜ ପରିବାର ସହ ରହୁଛନ୍ତି । ସେ ମଧ୍ୟ ଗୋଟିଏ ଘରେ ଗାଈ ଗୋରୁ ସହିତ ରହୁଥୁ ଦେଖୁ ବାକୁ ମିଳିଛି । ତେବେ ଗ୍ରାମରେ ଅନେକ ଗରିବ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ପ୍ରଶାସନ ପକ୍ଷରୁ କୁ ତୁରନ୍ତ ଆବାସ ଯୋଗାଇବା ପାଇଁ ସେମାନେ ଦାବୀ କରିଛନ୍ତି । ଏ ସମ୍ବନ୍ଧରେ ସ୍ଥାନୀୟ ସରପଞ୍ଚ ଶିରପାଣୀ ପଧାନଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯାଇ ୭ ତାଲିକାରେ ନାମ ଥିଲେ ତୁରନ୍ତ ଆବାସ ଗୃହ ଯୋଗାଇ ର ଦିଆଯିବ ବୋଲି କହିଛନ୍ତି ।
କମଳାଙ୍ଗକୁ ବାଟ ହୁଡିଛି ଆବାସ ଯୋଜନା : ପଲିଥିନ ତଳେ ଅସହାୟ ପରିବାର
|
September 17, 2020 |
