ଧର୍ମଶାଳା, ୨୯/୧୧ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଲକ୍ ଅଭୟପୁର ପଂଚାୟତର ନୀଳାଦେଇପୁରଠାରେ କବି ସ୍ୱର୍ଗତ ପ୍ରଭାକର ସାହୁଙ୍କର ୬୪ ତମ ଜୟନ୍ତୀ ଉସôବ ପାଳିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଶ୍ରୀନାଥ ମିଶ୍ରଙ୍କ ସଭାପତିତ୍ୱରେ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ଡକ୍ଟର ରାଜକିଶୋର ପାଢ଼ୀ ,ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ମଦନମୋହନ ରାଉତ, ସମ୍ମାନିତ ଅତିଥି ଭାବରେ ସରପଂଚ ଶ୍ୟାମସୁନ୍ଦର ସାହୁ, ସାହିତି୍ୟକ ବେଣୁଧର ନାୟକ, ଗୋଲକ ଚନ୍ଦ୍ର
ପଲେଇ ଓ ଦେବବ୍ରତ ରାଉତ ପ୍ରମୁଖ ଯୋଗଦେଇ କବି ଲେଖକମାନେ କାଳେ କାଳେ ସମାଜକୁ ଦିଗ୍ଦର୍ଶନ ଦେଇଥାଆନ୍ତି । ବଣମଲ୍ଲୀ ପରି ନିରବରେ ଝଡିଯାଇଥିଲେ ମଧ୍ୟ ସ୍ୱଳ୍ପ ସମୟ ଭିତରେ ନିଜ ପ୍ରତିଭାର ପରିଚୟ ଦେଇ ପାରିଛନ୍ତି ପ୍ରଭାକର ସାହୁ । ପ୍ରଚାର ଓ ପ୍ରସାରଠାରୁ ଦୂରରେ ରହି କବି ପ୍ରଭାକର ସାହୁ ନିରନ୍ତର ଭାବରେ ସାରସ୍ୱତ ସାଧନାରେ ମଗ୍ନ ରହିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ସ୍ୱାଇଁ, ହରିହର ମଲିକ, ନରେନ୍ଦ୍ର ରାଉତ, ଆଦିତ୍ୟ ମାହୁନ୍ତ ପ୍ରମୁଖ ଶ୍ରୀ ସାହୁଙ୍କ ରଚିତ ପୁସ୍ତକ ଓ ଅଭିନୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ସଂଗଠକ ପ୍ରଶାନ୍ତ କୁମାର ଜେନା ସୂଚନା ପ୍ରଦାନ କରିଥିଲେ । ସତ୍ୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାମନ ଚରଣ ରାଉତ, ବଟକୃଷ୍ଣ ବାରିକ, ଗୈାରାଙ୍ଗ ରାଉତ, କେଶବ ଚନ୍ଦ୍ର ବେହେରା, ପ୍ରଭାକର ମହାପାତ୍ର, ବିଜୟ ସ୍ୱାଇଁ, ପ୍ରଫୁଲ ରାଉତ, ଯୁଗଳ ବଳ, ଅନିଲ ପ୍ରଧାନ, ଶଶୀଭୂଷଣ ନାୟକ, ଶ୍ୟାମସୁନ୍ଦର ବାରିକ, ସୁଶିଳା ଦୋରା, ସୁରେନ୍ଦ୍ର ଖିଲାର, କୁଳମଣି ପଣ୍ଡା, ଅଶୋକ ଜେନା, ରଞ୍ଜନ ପ୍ରଧାନ, ଦିବ୍ୟରଞ୍ଜନ ସାମଲ, ବୁଲୁ ମହାନ୍ତି ପ୍ରମୁଖ ଶ୍ରୀ ସାହୁ ସାମାଜିକ ଜୀବନ ଉପରେ ଆଲୋକପାତ କରିଥିଲେ ।
କବି ସ୍ୱର୍ଗତ ପ୍ରଭାକର ସାହୁଙ୍କ ଜୟନ୍ତୀ ପାଳିତ
|
November 29, 2019 |