କବିତା “ମୁଁ କରୋନା କହୁଛି”

Spread the love
ମୁଁ କରୋନା କହୁଛି..।
‘କ’  ରେ-କନ୍ଦାଏ..
‘ରୋ’  ରେ-ରୋପଣ କରେ
ଭାଇରସ..
‘ନା’  ରେ-ନାହିଁ କରେ
ଜୀବନ ବଞ୍ଚାଇବାକୁ..।।
ମୁଁ ସର୍ବବ୍ୟାପୀ..
ଏଠି ସେଠି ସବୁଠି
ବିଦ୍ୟମାନ..।
ମୁଁ ଖେଳେ
ମଣିଷ ଦେହରେ..
ଖେଳାଏ ଜୀବନକୁ..।
ମୁଁ ଅଛୁଆଁ ନୁହେଁ
ସମସ୍ତଙ୍କୁ ଛୁଇଁଯାଏ..
ହେଲେ-
ମୁଁ ଯାହାକୁ ଛୁଏଁ
ସେ ଅଛୁଆଁ ହୋଇଯାଏ..।
ମୁଁ ଏବେ
ସାରା ବିଶ୍ୱପାଇଁ
ଭୟ, ଆତଙ୍କ
ଆଉ ମାରାତ୍ମକ..
ମୋ’ ନାଁ ଶୁଣିଲେ
ଗୋଟାପଣ
ଥରୁଛି ପୃଥିବୀ..।।
ଅସ୍ତ୍ର ଶସ୍ତ୍ର
ନାହିଁ ମୋ’ ପାଖରେ
ଶୁନ୍ୟେ ଶୁନ୍ୟେ
ଛୁଇଁଦେଇ
ନିମିଷକେ ନେଇପାରେ
କୋଟିଏ ଜୀବନ..।।
ମୋର ଉତ୍ପତ୍ତି
ଚାଇନାରୁ
ହେଲେ ସାରା ବିଶ୍ୱକୁ
ମୁଁ ମୋର
ଘର ବନାଇଛି..।।
ମୁଁ ଆସିବା ଦିନଠୁଁ
ପ୍ରତି ମୁହୂର୍ତ୍ତ ରେ
କିଲବିଲ ହେଉଛି ବିଶ୍ୱ..।
ଏହା ସତ୍ତ୍ୱେବି
କଥା ଦେଉଛି
ମୁଁ ଶୁନ୍ୟ ହୋଇଯିବି
ପୃଥିବୀ ପୃଷ୍ଠରୁ..
କିନ୍ତୁ ଏକ ସର୍ତରେ..।।
ତିନୋଟି  “ସ”
ଦେଖିଲେ ମଣିଷ ଭିତରେ
ମୁଁ ଅଦୃଶ୍ୟ ହୋଇଯିବି
ତତକ୍ଷଣାତ..।।
ଅର୍ଥାତ-
ମୋ’ ପାଇଁ-
ସ୍ୱଚ୍ଛତାକୁ ସ୍ୱୀକାର..
ମୋ’ ପାଇଁ-
ସଚେତନ ଆଉ
ମୋ’ ପାଇଁ-
ସତର୍କତା ଅବଲମ୍ବନ..।।
ବାସ,ଏତକ ଦେଖିଲେ
ମୋ’ ପାଟିରୁ
ଆପେ ଆପେ
ବାହାରି ଆସିବ….
ଟା ..ଟା    ଟା.. ଟା..।।
            ଭକ୍ତ ଚରଣ ସାହୁ

Related Posts

About The Author

Add Comment