, ୧୧/୦୭/୨୦ (ସନ୍ଧାନ ନିଉଜ) : ହାର ମାନି ନାହାଁନ୍ତି କବି l ବୟସ ଅପରାହ୍ନ ରେ ଖବର କାଗଜ ବିକ୍ରି କରି ନିଜକୁ ବେଶ୍ ଆନନ୍ଦ ମନେ କରନ୍ତି ସେ କାରଣ ଖବର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏକ ସେବା ବୋଲି ମନେ କରନ୍ତି ସେ । ରାତି ପାହି ସକାଳ ହେଲେ ସମସ୍ତେ ମନେପକାନ୍ତି ଭୋଳାନାଥ ଙ୍କୁ। ପେପର ବିକିବା ସଙ୍ଗେ ସଙ୍ଗେ ଛାଡ଼ିନାହାନ୍ତି କବିତା।ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଞ୍ଚଳର ବଡ଼ଚଣା ଗ୍ରାମର ଭୋଳାନାଥ ରାଉତଙ୍କ କଥା। ବୟସ ୮୭ଟପିଲାଣି ମାତ୍ର ରାତି ସାଢ଼େ ୩ରୁ ଉଠି ନିଜ ନିତ୍ୟକର୍ମ ସାରିବା ପରେ ବଡ଼ଚଣା ଛକରୁ ବିଭିନ୍ନ ଖବର କାଗଜ ଧରି ବାହାରି ପଡ଼ନ୍ତି ଭୋଳାନାଥ। ସାଇକେଲ ଖଣ୍ଡେ ଧରି ଘର ଘର ବୁଲି ଖବର କାଗଜ ପକାଇ ଥାଆନ୍ତି। ଅଧିକ ବୟସ କାରଣରୁ ସାଇକେଲ ଗଡ଼ାଇବା ଛଡ଼ା ଚଢ଼ି ପାରନ୍ତି ନାହିଁ ଭୋଳାନାଥ। ଉନ୍ନତ ଧରଣର କବିତା ଲେଖି ସେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବେଶ ସୁନାମ ଅର୍ଜ୍ଜନ କରିଛନ୍ତି। ବିଭିନ୍ନ ଖବରକାଗଜ ଜନସାଧାରଣଙ୍କୁ ଯୋଗାଇ ଏକ ମହତ କାର୍ଯ୍ୟ କୁ ହାତେଇଛନ୍ତି। ସକାଳ ହେଲେ ଖବରକାଗଜ ଧରି ବଡ଼ଚଣା ବଜାର,ବଡ଼ଚଣା,କାଞ୍ଜିଆ
ଦେଉଳୁକୁର,ମେଡିକାଲ ଛକ,ଖଇରା ଓ ବ୍ଲକ ଛକ ଆଦି ଅଞ୍ଚଳରେ ପାଠକଙ୍କୁ ଖବରକାଗଜ ଯୋଗାଇଥାନ୍ତି। ଏଭଳି କାର୍ଯ୍ୟ କରି ସେ ଅତ୍ୟନ୍ତ ଆନନ୍ଦ ପାଆନ୍ତି ବୋଲି କହିଛନ୍ତି। ଏବଂ ଏଭଳି କାର୍ଯ୍ୟ ପାଇଁ ତାଙ୍କର ପୁଅ ମଧ୍ୟ ଗର୍ଵ କରନ୍ତି ବୋଲି କହିଛନ୍ତି। ଶୁଣନ୍ତୁ କଣ କହୁଛନ୍ତି।
ଭୋଳାନାଥ ପୂର୍ବରୁ ୩୦ବର୍ଷ ଧରି ବଡ଼ଚଣା ସେବା ସମବାୟ ସମିତିରେ ଡାକୁଆ ଭାବେ ନିୟୋଜିତ ହୋଇଥିଲେ। ଆହୁରି ମଧ୍ୟ ମହିଳା ମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ଲକ୍ଷ୍ୟରେ ମହିଳା ମାନଙ୍କୁ ଏକତ୍ରିତ କରି ବଡ଼ଚଣା ଅଞ୍ଚଳରେ ଏକ ମହିଳା ମହାବିଦ୍ୟାଳୟ ସ୍ଥାପନ କରିବାରେ ସଫଳ ହୋଇଥିଲେ। ଦୀର୍ଘ ୨୫ବର୍ଷ ଧରି ସେହି ମହିଳା ମହାବିଦ୍ୟାଳୟ ରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଖବରକାଗଜ ବିକ୍ରି କରି ଯାହା ଅର୍ଥ ମିଳେ ତାହାକୁ ସେବା କାର୍ଯ୍ୟରେ ଖର୍ଚ୍ଚ କରୁଥିବା ସେ କହିଛନ୍ତି। ଖବରକାଗଜ ବିକ୍ରି କରିବା ସହିତ ସେ ଜଣେ ପରିଚିତ କବି ଭାବେ ବଡ଼ଚଣା ଅଞ୍ଚଳରେ ସୁନାମ ଅର୍ଜ୍ଜୁନ କରିପାରିଛନ୍ତି। ସ୍ୱଲିଖିତ ଅନେକ କବିତା ସହ ବିଭିନ୍ନ କବିତା ପାଠ ଉତ୍ସବରେ ଆବୃତ୍ତି କରି ନିଜର ପରାକାଷ୍ଠର ଉଦାହରଣ ସୃଷ୍ଟି କରିପାରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଅନେକ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି। ଏବେବି କବିତା ଲେଖିବା ଭୁଲିନାହାଁନ୍ତି ଭୋଳାନାଥ। ଏଭଳି ପ୍ରତିଭାବାନ ବ୍ୟକ୍ତିତ୍ୱ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସରପଞ୍ଚ ଅନେକ ପ୍ରଶଂସା କରିବା ସହ ସରକାରୀ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। କଣ କହୁଛନ୍ତି ଶୁଣନ୍ତୁ।
ଆଜିବି ଏଭଳି ବ୍ୟକ୍ତିତ୍ୱ ମାନଙ୍କ ପାଇଁ ସାରା ରାଜ୍ୟ ସହ ସ୍ଥାନୀୟ ଅଞ୍ଚଳ ଗର୍ଵ କରୁଥିବା ବେଳେ ସରକାରୀ ସାହାଯ୍ୟ ସହଯୋଗ ଆବଶ୍ୟକ ମନେହୁଏ