ଜେନାପୁର, ୧୮/୦୨/୨୧ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) : ଏକ ନିଆର ଢଙ୍ଗରେ ପାଳିତ ହୋଇଛି ମା ସରସ୍ୱତୀଙ୍କ ପୂଜାଉତ୍ସବ ଜଣାଶୁଣା ସୁନାମ ଧନ୍ୟ ଯୁବ ଡାକ୍ତର ତଥା ରୋଟାରିଆନ ଡା ଶ୍ରୀଯୁକ୍ତ ନିହାର ରଞ୍ଜନ କର ପବିତ୍ର ବସନ୍ତପଞ୍ଚମୀ ଅବସରରେ ଆଜି ଏକ ନିଆରା ଢଙ୍ଗରେ ନିଜ କର୍ତବ୍ୟସ୍ଥଳ ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମା ସରସ୍ଵତୀଙ୍କ ପୂଜାର୍ଚ୍ଚନା କରିଛନ୍ତି ହସ୍ଥଗତ ହୋଇଥିବା ଖବର ମୁତାବକ ଡା କର ଆଜି ଏହି ଅଞ୍ଚଳରୁ ପାଖାପାଖି ଦଶଟି ବିଦ୍ୟାଳୟର ନବମ ଶ୍ରେଣୀ ରୁ ଉର୍ତ୍ତିନ ଛାତ୍ରଛାତ୍ରୀ ମାନଙ୍କୁ ଆନ୍ତର୍ଜାତିକ ପୁରସ୍କାର ପ୍ରାପ୍ତ ସୁନାମଧନ୍ୟ ବିଶିଷ୍ଟ ସାହିତ୍ୟିକ ଔପନ୍ୟାସିକ ଶ୍ରୀ ମନୋଜ ଦାସଙ୍କ ରଚିତ ପୁସ୍ତକ ସହ ଖାତା ପେନ୍ସିଲ ପେନ ଆଦି ପ୍ରଦାନ ସହ ଆଗାମୀ ଦିନରେ ପାଠ ପଢି ଜଣେ ଭଲ ମଣିଷ ହୋଇ ଆମ ଦେଶ ,ରାଜ୍ୟ ଓ ଜିଲାର ଟେକ ରଖିବା କୁ ଆହ୍ୱାନ ଦେଇଥିଲେ । ଏପରିକି ଭବିଷ୍ୟତ ଜୀବନି କୁ ମହାମନିଷି ମାନଙ୍କ ପ୍ରେରଣାରେ ଗଢି ତୋଳିବା ଓ ମାନବିକତା ସହ ନୈତିକତା କୁ ପାଥେୟ ଦେବା ପାଇଁ ଶ୍ରୀ କର ପିଲା ମାନଙ୍କୁ ପରାମର୍ଶ ଦେଇଥିଲେ । ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ କୁ ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ କାନ୍ତ ବେହେରା ସଂଚାଳନ କରିଥିବା ବେଳେ ଧର୍ମଶାଳା ର ଜଣାଶୁଣା ସାମାଜିକ କର୍ମୀ ପ୍ରଫୁଲ ଚନ୍ଦ୍ର ରାଉତ,ଜ୍ଞାନ ରଞ୍ଜନ ସାହୁ, ବାବନ ରାଉତ, ସ୍ଥାନୀୟ କବାଟବନ୍ଧ ବ୍ୟବସାୟୀ ସଂଘ ର ସଦସ୍ୟ, ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମଚାରି ,ଆମ୍ବୁଜ କୁମାର ସାହୁ, ମଧୁସୂଦନ ରଣା, ପ୍ରଶାନ୍ତ କୁମାର ପଟ୍ଟନାୟକ, ସୁଧାଂଶୁ ଶେଖର ସ୍ୱାଇଁ ଏମିତି ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ ଓ ଡା କରଙ୍କ ଏତାଦୃଶ କାର୍ଯ୍ୟ ପାଇଁ ସାଧୁବାଦ ଜ୍ଞାପନ କରିଥିଲେ । ଏତତ ବ୍ୟତୀତ ଏହି କାର୍ୟକ୍ରମରେ ସାମ୍ବାଦିକ ପରମା ନନ୍ଦ ସାହୁ, ସୌମ୍ୟରଂଜନ ପଣ୍ଡା , ସୁନୀଲ ଶତପଥି , ମୃତ୍ୟଞ୍ଜୟ ସାହୁ, ଅଶୋକ ଦାସ,ପ୍ରଭାତ ସାହୁ, ବାବୁଲି ରାଉତ ପ୍ରମୁଖ ଉପସ୍ଥିତ ରହି ସାହଯୋଗ କରିବା ସହ ଡାକ୍ତର କର ଙ୍କୁ ଧନ୍ୟବାଦ ଦେଇଥିଲେ । ଡାକ୍ତର କର ଙ୍କୁ ଯୋଗାଯୋଗ କରିବାରୁ ସେ ଏହି କାର୍ୟକ୍ରମ ଆଗାମୀ ଦିବସରେ ଜାରି ରହିବା ସହ ଆମ ଅଞ୍ଚଳରେ ପ୍ରତିଭା ମାନଙ୍କୁ ଧ୍ୟାନ ଦେବା ସହ ଆଗାମୀ ଦିନରେ ଆମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ରୋଗୀ ମାନଙ୍କ ମନରେ ଏକ ସୁସ୍ଥତାର ବାତାବରଣ ସୃଷ୍ଟି କରାଯିବ ଯେଉଁଥି ପାଇଁ ରୋଗୀ ମନରୁ ରୋଗ ଦୂର ହେବ ଓ ସେ ସୁସ୍ଥରେ ଜୀବନ ଯାପନ କରିପାରିବ ବୋଲି ଶ୍ରୀ କର ମତବ୍ୟକ୍ତ କରିଛନ୍ତି । ଏବଂ ଏଭଳି ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମ କରିଥିବାରୁ କବାଟ ବନ୍ଧ ଅଞ୍ଚଳର ବୁଦ୍ଧିଜୀବୀ ଓ ଲୋକାମୟରେ ଅନ୍ତରୁ ଶୁବେଚ୍ଛା ସହ ଧନ୍ୟବାଦ ଜଣାଇଛନ୍ତି । ଏମିତି ଯଦିଓ ଡା ଶ୍ରୀ କର ଆଉ କିଛିଦିନ କବାଟ ବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିବେ ତେବେ ସ୍ୱାସ୍ଥ୍ୟ କେନ୍ଦ୍ରର ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।
କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଆରା ଢଙ୍ଗରେ ପାଳିତ ହେଲା ମା ସରସ୍ୱତୀ ପୂଜା
|
February 18, 2021 |