କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଅସମ୍ଭାଳ ଭିଡ଼, ଡାକ୍ତର ନିହାର ରଞ୍ଜନ କରଙ୍କ ସେବା ପାଇଁ ଛୁଟୁଛି ସୁଅ

Spread the love

ଜେନାପୁର ​ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ  ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସାଧାରଣତଃ ସରକାରୀ ଡାକ୍ତରଖାନାରେ ସେବା ପାଇବା ପାଇଁ ରୋଗୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ, କବାଟବନ୍ଧରେ କିନ୍ତୁ ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା। ଏଠାରେ କାର୍ଯ୍ୟରତ ସୁନାମଧନ୍ୟ ଡାକ୍ତର ନିହାର ରଞ୍ଜନ କରଙ୍କ ଚିକିତ୍ସା ଓ ସମାଜ ସେବା ମନୋଭାବ ପାଇଁ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।ସକାଳ ହେବା ମାତ୍ରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶହ ଶହ ରୋଗୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। କେବଳ କବାଟବନ୍ଧ ନୁହେଁ, ବରଂ ଅଞ୍ଚଳର କୋଣ ଅନୁକୋଣରୁ ଏବଂ ପଡିଶା ଜିଲ୍ଲା ଢେଙ୍କାନାଳ ରୁ ମଧ୍ୟ ରୋଗୀମାନେ ଡାକ୍ତର କରଙ୍କ ପରାମର୍ଶ ନେବାକୁ ଆସୁଛନ୍ତି। ତାଙ୍କର ସରଳ ବ୍ୟବହାର, ରୋଗୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଳାପ ଏବଂ ସଠିକ୍ ଚିକିତ୍ସା ପଦ୍ଧତି ଲୋକଙ୍କ ମନ ଜିତି ପାରିଛି।ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ଜଣେ ବୃଦ୍ଧ ରୋଗୀ କହିଛନ୍ତି, “ଆଜିକାଲି ଦିନରେ ଏମିତି ସେବା ମନୋଭାବ ଥିବା ଡାକ୍ତର ଦେଖିବାକୁ ମିଳିବା ବିରଳ। ସରକାରୀ ହସ୍ପିଟାଲ ହୋଇଥିଲେ ମଧ୍ୟ ସେ ନିଜର ଶତ ପ୍ରତିଶତ ଚେଷ୍ଟା କରନ୍ତି ଆମକୁ ଭଲ କରିବା ପାଇଁ।”

​କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହିପରି ଭିଡ଼ ଏବଂ ଡାକ୍ତରଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ପ୍ରମାଣ କରୁଛି ଯେ, ଯଦି ସେବା ମନୋଭାବ ଥାଏ ତେବେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ଆହୁରି ସୁଦୃଢ଼ ହେବ। ଏହି ସଫଳତା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଡାକ୍ତର ନିହାର ରଞ୍ଜନ କରଙ୍କୁ ସାଧୁବାଦ ଜଣାଇଛନ୍ତି।

Related Posts

About The Author

Add Comment