କବାଟବନ୍ଧ ସେକ୍ଟର ରେ ପୋଲିଓ ଟୀକା କରଣ ରେ ପାଖାପାଖି ୧୦୦ ପ୍ରତିଶତ ସଫଳତା

Spread the love
ଜେନାପୁର, ୩୧/୦୧/୨୧ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ନିର୍ଦ୍ଧେଶ କ୍ରମେ ଜାନୁଆରୀ ୩୧ ତାରିଖ ରବିବାର ଦିନ  କବାଟବନ୍ଧ ସେକ୍ଟର ରେ ପୋଲିଓ ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସକାଳ ୮ ଟା ଠାରୁ ଅପରାହ୍ନ ୪ ଟା ଯାଏ ବିଭିନ୍ନ ବୁଥ୍ ରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ମିଳିତ ଉଦ୍ୟମରେ  ଏହି ଟୀକାଦାନ ସୁଚାରୁରୂପେ ସମାପନ ହୋଇଥିଲା |ସ୍ବେଛାସେବୀ ,ଆଶା କର୍ମୀ ,ଅଙ୍ଗନବାଡ଼ି କର୍ମୀ ,ଏ .ଏନ ଏମ ,ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ,ଏସ .ଆଇ ,ଏଲ .ଏଚ .ଭି ,ଆୟୁଷ ମେଡ଼ିକାଲ ଅଫିସର୍ ,ମେଡ଼ିକାଲ ଅଫିସର୍ ଙ୍କ ପ୍ରତ୍ୟେଖ ତତ୍ୱାବଧାନରେ ଦିନ ତମାମ ଟୀକାକରଣ ଚାଲିଥିଲା | ଉକ୍ତ କାର୍ଯ୍ୟକ୍ରମରେ କବାଟବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ରର ମୁଖ୍ୟ ଚିକିସ୍ଛା ଅଧିକାରୀ ,ସୁନାମଧନ୍ୟ ଡାକ୍ତର ନିହାର ରଞ୍ଜନ କର ନେତୃତ୍ତ୍ୱ ନେଇଥିଲେ |କାର୍ଯ୍ୟକ୍ରମ ରେ ଜେନାପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ପୁରିଲ କୁମାର ଦାସ ,କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର ର ଆୟୁଷ ଚିକିତ୍ସା ଅଧିକାରୀ ଡ଼ା ସୁଧାଂଶୁ ଶେଖର ପୃଷ୍ଟି,ଜେନାପୁର ସ୍ୱାସ୍ଥ୍ୟକେନ୍ଦ୍ର ର ଆୟୁଷ ଚିକିତ୍ସା ଅଧିକାରୀ ଡ଼ା ସୂର୍ଯ୍ୟମଣି ଆଚାର୍ଯ୍ୟ ପ୍ରମୁଖ ମୂଖ୍ୟ ଅଂଶ ଗ୍ରହଣ କରିବା ସହ ୨୬ ଟି ଟୀକାଦାନ କେନ୍ଦ୍ର ବୁଲି ବୁଲି ତଦାରଖ କରିଥିବାର ଦେଖା ଯାଇଥିଲା | ଟୀକାକରଣ ଆଶାନୁରୂପ ସଫଳତା ଲାଭ କରିଛି ବୋଲି ତାଙ୍କ ପ୍ରତିକ୍ରିୟା ରେ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି କବାଟବନ୍ଧ ସେକ୍ଟର ର ମୁଖ୍ୟ ଡାକ୍ତର ନିହାର ରଞ୍ଜନ କର| ଆସନ୍ତା ଦୁଇଦିନ ଘର ଘର ବୁଲି ରହି ଯାଇଥିବା ହିତାଧିକାରୀ ଙ୍କୁ ଟୀକାକରଣ କରାଯିବ ର ବନ୍ଦୋବସ୍ତ କରାଯାଇଛି  ବୋଲି ଡ଼ା କର ସୂଚନା ଦେଇଛନ୍ତି  | ଏହି କାର୍ଯ୍ୟକ୍ରମ ଉପରିସ୍ଥ ଅଧିକାରୀଙ୍କ ନିଖୁଣ  ତତ୍ୱାବଧାନ ଓ ଅଧସ୍ଥନ କର୍ମଚାରୀ ଙ୍କ ମିଳିତ ସାହାଯ୍ୟ ଓ ସହଯୋଗରେ ପୂର୍ଣ୍ଣାଙ୍ଗ  ସଫଳତା ର ରୂପ ନେଇଥିବାର ଡ଼ା କର ପ୍ରକାଶ କରିଛନ୍ତି |

Related Posts

About The Author

Add Comment