ଜେନାପୁର/୦୩/୦୬/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଳା ବିଂଝାରପୁର ବ୍ଲକ ଏରଡଙ୍ଗ ଅଞ୍ଚଳର ଯୁବ ସମାଜସେବୀ ଶ୍ରୀ ଶିବାଶିଷ ଦାସ ଙ୍କ ମହାନତା ,ଆର୍ଥିକ ସହାୟତା ଓ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିସ୍ଛା ଅଧିକାରୀ ଡ଼ା ନିହାର ରଞ୍ଜନ କର ଙ୍କ ପ୍ରଚେଷ୍ଟା ରୁ ମେଡ଼ିକାଲ କୁ ଏକ ଅକ୍ସିଜେନ କନ୍ସେଟ୍ରେଟର ଆସିଛି ।କରୋନା ମହାମାରୀ ସମୟରେ ରୋଗୀ ମାନେ ଅମ୍ଳଜାନ ଅଭାବରୁ ମୃତ୍ୟୁ ମୁଖ୍ୟରେ ପଡୁଥିବାର ଖବରକୁ ହୃଦୟଙ୍ଗମ କାରି ସୁଦୂର କାନାଡ଼ା ରେ ଜଣେ ଦକ୍ଷ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଶ୍ରୀ ଦାସ ଡ଼ା କର ଙ୍କ ସହ ଯୋଗାଯୋଗ କରି ଏହି ଯନ୍ତ୍ର ଟିକୁ ଜନ ସାଧାରଣ ଙ୍କ ସେବା ପାଇଁ ପ୍ରଦାନ କରିଛନ୍ତି ।ବିଭିନ୍ନ କରୋନା ରୋଗୀ ଙ୍କ ଅମ୍ଳଜାନ ଆବଶ୍ୟକତା କୁ ଏହା ପୂରଣ କରିବା ସହ ଶ୍ୱାସ ଓ ହୃଦରୋଗୀ ଙ୍କ ଅମ୍ଳଜାନ ସମସ୍ୟା କୁ ବି ଦୂର କରି ପାରିବ ବୋଲି ଡ଼ା କର ତାଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତି ।ଏହି ମହତ କାର୍ଯ୍ୟ ପାଇଁ ସାମ୍ବାଦିକ ,ବୁଦ୍ଧିଜିବୀ ,ରାଜନେତା ତଥା କବାଟବନ୍ଧ ଅଞ୍ଚଳର ଜନ ସାଧାରଣ ଶ୍ରୀ ଦାସ ଙ୍କୁ ସାଧୁବାଦ ଜଣାଇବା ସହ କବାଟବନ୍ଧ ମେଡ଼ିକାଲ ର ଉନ୍ନତି ପାଇଁ ସଦା ସର୍ବଦା ନିରନ୍ତର ଚେଷ୍ଟା ଚଳାଇ ଥିବା ଯୁବ ସମାଜସେବୀ ରୋଟାରୀଆନ ଡ଼ା ନିହାର ରଞ୍ଜନ କର ଙ୍କୁ ପ୍ରଶଂସା କରିଛନ୍ତି ।
ତାଜା ଖବର
- ଭର୍ଚୁଆଲ ମାଧ୍ୟମରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ
- ଗ୍ରୁପ ଡ଼ି ଆସୋସିଏସନ ସଭାପତି ଙ୍କ ଧର୍ମଶାଳା ଗସ୍ତ।
- ମୁକୁନ୍ଦ ପାତ୍ର ଡ଼ିଗ୍ରୀ ମହାବିଦ୍ୟାଳୟ, ବଳରାମପୁର ବାର୍ଷିକ କ୍ରୀଡ଼ା ଉତ୍ସବ ଉଯାପିତ
- ଜମନକିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ; ଜୀବନରେ ଅସଫଳତା ହିଁ ସଫଳତାର ଚାବିକାଠି…..ବିଡ଼ିଓ ରବୀନ୍ଦ୍ର ସେଠୀ
- ଉଠିଲା ସ୍ୱାଭିମାନର ସ୍ୱର:ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ବାସିନ୍ଦା କାହିଁକି ନହେବେ, ବିଧାୟକ ପ୍ରାର୍ଥୀ !
- ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଇ-କେଓ୍ବାଇସି ସମୟ ସୀମା
- ଧନୁଯାତ୍ରାରେ କମ୍ପୁଛି ପରମାଣପୁର, ଆଜି ଆସୁଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
- ନବ ଦାସ ହତ୍ୟାକାଣ୍ଡ: ଦୁଇ ସପ୍ତାହ ମଧ୍ୟରେ ସିବିଆଇ ତଦନ୍ତ ଲାଗି ଚିଠି ଲେଖିବେ ଦୀପାଳି !
- ଅନଲାଇନ ଟ୍ରେଡିଂ ନାଁରେ ୪ କୋଟି ଠକେଇ: ଠକ ଅପହୃତ, ଟଙ୍କା ଭାଗ ବଣ୍ଟାକୁ ନେଇ ଗୋଷ୍ଠୀ ସଂଘର୍ଷ
- ପିପିଲି ବଜାର ଦେଇ ବସ୍ ଚଳାଚଳ ଦାବିରେ ରାସ୍ତାରୋକ