କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟୀକାକରଣ ଶୁଭାରମ୍ଭ 

Spread the love

ଜେନାପୁର/୦୩/୦୪/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ ) ଧର୍ମଶାଳା ବ୍ଲକ ଅଧୀନରେ ଥିବା କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଚିକିସ୍ଛା ଅଧିକାରୀ ଡ଼ା ନିହାର ରଞ୍ଜନ କର ଙ୍କ ଦ୍ୱାରା ଶୁଭ ଉଦଘାଟନ ହେଲା କରୋନା ଟୀକା ପୂର୍ବାହ୍ନ ୧୦ ଘଟିକା ଠାରୁ  ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିଲା ଟୀକାଦାନ । ଆୟୁଷ ଡ଼ାକ୍ତର ଡ଼ ସୁଧାଂଶୁ ପୃଷ୍ଟି ଙ୍କ ନେତୃତ୍ତ୍ୱ ରେ ମେଡିକାଲ ର ସମସ୍ତ କର୍ମଚାରୀ ଙ୍କ ପୂର୍ଣ୍ଣ ସହଯୋଗରେ ସୁରୁଖୁରୁରେ ଚାଲିଲା ଟୀକାଦାନ । କବାଟବନ୍ଧ ଏବଂ ବିଛାଖଣ୍ଡି  ସବ ସେଣ୍ଟର ଅଧୀନ ୪୫ ବର୍ଷ ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଦିଆଗଲା କରୋନା ଟୀକା । ଟୀକା ପ୍ରଦାନ କଲେ ମହିଳା ସ୍ୱାସ୍ଥ୍ୟକର୍ମୀ ସ୍ବର୍ଣପ୍ରଭା ଧୀର ଓ ମିତାଲୀ ଲେଙ୍କା । ପରିଚାଳନା ରେ ସହଯୋଗ କଲେ କାର୍ତ୍ତିକ ରାଉଳ ,ମମତା ଓଝା ,ସୁରେଶ ସାହୁ ,ସତ୍ୟାନନ୍ଦ ସାହୁ ,ଦେବାଶିଷ ଦାସ ,ରତିକାନ୍ତ ରାଉତ ,ସୁମିତ୍ରା ପୃଷ୍ଟି ,ଶୁଭଶ୍ରୀ ପ୍ରଧାନ ,ସରସ୍ବତୀ ପାଣି ଏବଂ ଆଶା କର୍ମୀ ଆଜି ଗୋଟିଏ ଦିନରେ ସମୁଦାୟ ୩୭୮ ଜଣ ଙ୍କୁ ପ୍ରଦାନ କରାଗଲା କରୋନା ଟୀକା ଆଗକୁ ମଧ୍ୟ ଜାରିରହିବ ।

Related Posts

About The Author

Add Comment