କପ୍ତିପଦା ରାସ୍ତା ପାଲଟିଛି ମରଣଯନ୍ତା

Spread the love

କପ୍ତିପଦା, 11.12.2020 (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା) ଗ୍ରାମାଞ୍ଚଳର ସଡ଼କ ଲୋକମାନଙ୍କର ଯୋଜନାଠାରୁଆରମ୍ଭ କରି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମକରାଯାଉଛି। ସେହିପରି ଗ୍ରାମାଞ୍ଚଳର ରାସ୍ତାକୁ ମୁଖ୍ୟରାସ୍ତାସହ ସଂଯୋଗୀକରଣ ମଧ୍ୟ କରାଯାଉଛି। ହେଲେ ଦୀପତଳଅନ୍ଧାର ଭଳି କପ୍ତି ପଦା ବଜାରର ମୁଖ୍ୟରାସ୍ତା ଏବେମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ଏହି ରାସ୍ତାରଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ପ୍ରତ୍ୟେକ ଦି ଛୋଟବଡ ଦୁର୍ଘଟଣାମାନ ଘଟୁଥିବା ଦେଖୁକୁ ମିଳୁଛି।ସୂଚନାଥାଉକି, ଏହି କଂକ୍ରିଟ୍ ମୁଖ୍ୟରାସ୍ତାଟି ଦୀର୍ଘ ବର୍ଷପୂର୍ବରୁ ନିର୍ମାଣ କରାଯାଇଥିଲା। ଏହି ରାସ୍ତା ଦେଇଦୈନନ୍ଦିନ ୨ ଚକିଆ ଯାନ ସହିତ ଅନ୍ୟାନ୍ୟଭାରିଯାନ ଚଳାଚଳ କରିଥାଏ। ତେବେଦୀର୍ଘ ଦିନ ଧରି ଏହି ମୁଖ୍ୟ ରାସ୍ତାଟିରରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାର କଂକ୍ରିଟ୍ଉଠିଯାଇ ବଡ଼ବଡ଼ ଗାତ ସୃଷ୍ଟି ହୋଇଛି।ଫଳରେ ଏହି ରାସ୍ତାଦେଇ ଲୋକମାନଙ୍କରଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି।ତେବେ ଏହି ରାସ୍ତା ଉପରେ ପ୍ରଶାସନଅଧୁକାରୀଙ୍କଠାରୁ ଆରମ୍ଭ କରି ନେତାମାନେଯିବାଆସିବା କରୁଥିଲେ ମଧ୍ୟ ରାସ୍ତାର ଶୋଚନୀୟ ଅବସ୍ଥାପ୍ରତି କାହାରି ଦୃଷ୍ଟି ପଡୁ ନାହିଁ। ମରଣଯନ୍ତା ପାଲଟିଥିବାରାସ୍ତାଟିର ମରାମତି କରାଯାଉନଥିବାରୁ ଲୋକଙ୍କ ମନରେଅସନ୍ତୋଷ ଦେଖାଦେଉଛି। ତେବେ ଏହି ମୁଖ୍ୟରାସ୍ତାଟିଦେଇ ବାଲେଶ୍ଵର, ଠାକୁରମୁଣ୍ଡା, କରଞ୍ଜିଆ, ବାରିପଦା,, ଖଇରା ଓ ଔପଦା ଇତ୍ୟାଦି ସ୍ଥାନକୁ ଯାତାୟତକରୁଥିବା ଯାତ୍ରୀବାହୀ ବସ୍‌ ଗୁଡିକ ମଧ୍ୟ ଯାତାୟତରେଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ରାସ୍ତାଟିକୁମରାମତି କରିବାକୁ ବାସିନ୍ଦାଙ୍କ ପକ୍ଷରୁ ଦାବି କରାଯାଇଛି।

Related Posts

About The Author

Add Comment