ବାରିପଦା,୦୩/୦୮/୨୦୨୦ (ସନ୍ଧାନ ନିଉଜ) :- କପ୍ତିପଦା ଉପଖଣ୍ଡ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଦୁଇ ତୃତୀୟାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ମାତ୍ର କୃଷି ଓ କୃଷକ ବିଭିନ୍ନ ସମସ୍ୟା ବଳୟରେ ଜର୍ଜରିତ । ଶିଳ୍ପାୟନ , ଗୃହନିର୍ମାଣ, ସହରୀକରଣ ଓ ରାସ୍ତା ନିର୍ମାଣ ଫଳରେ ଜମି କ୍ରମଶ ହାସ ପାଇବାରେ ଲାଗିଛି । କୃଷି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇ ବ୍ୟୟବରାଦ କରାଯାଉଥିଲେ ମଧ୍ୟ କୃଷି ଓ କୃଷକ ଏବେ ବି ଅବହେଳିତ । ସଂପ୍ରତି ଧାନ ଛଡ଼ା ଅନ୍ୟ ସମସ୍ତ ଖାଦ୍ୟ ଶସ୍ୟ ବାହାର ରାଜ୍ୟର ଆମଦାନୀ କରିବାକୁ ପଡୁଛି । ଏପରି କି ନିତ୍ୟବ୍ୟବହୃତ ଆଳୁ, ପିଆଜ ଓ ଟମାଟୋ ଇତ୍ୟାଦିର ମୂଲ୍ୟ ବୃଦ୍ଧି ପାଇ ଚାଲିଛି । ଉତ୍ପାଦନ ହ୍ରାସ ବ୍ୟତୀତ ଅନ୍ୟ ମୁଖ୍ୟ କାରଣଟି ହେଲା ଶୀତଳ ଭଣ୍ଡାରର ଅଭାବ । ପ୍ରତି ବ୍ଲକ ଓ୍ବାରୀ ଶୀତଳ ଭଣ୍ଡାରର ଆବଶ୍ୟକତା ମଧ୍ୟ ରହିଛି।
ଏତଦବ୍ୟତୀତ ବିଭିନ୍ନ ସମୟରେ ଚାଷୀ ଗଜାମରୁଡି, ବନ୍ୟା ଜନିତ କ୍ଷୟକ୍ଷତି ଓ ଜଳାଭାବ ଜନିତ ମରୁଡି ଇତ୍ୟାଦି ଆକସ୍ମିକ ବିପର୍ଯ୍ୟୟରେ ସମ୍ମୁଖୀନ ହେଉଛି। ଏହି ସମସ୍ୟା ଚାପରେ କୃଷକର ମେରୁଦଣ୍ଡ ଭାଙ୍ଗି ପ ଡ଼ିଛି । ସମସ୍ୟାର ଏକମାତ୍ର ରାସ୍ତା ଆତ୍ମହତ୍ୟାକୁ ଆବୋରି ନେଉଛି । ଏହି ଉପଖଣ୍ଡରେ କୃଷିର ଗୁଣାତ୍ମକ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ସଠିକ ରୂପାୟନ ହୋଇ ପାରୁନାହିଁ । ଅପରପକ୍ଷରେ ଉକ୍ତ ଉପଖଣ୍ଡରେ ଖରିଫ ଋତୁରେ ପ୍ରାୟ ୫୦ ହଜାର ହେକ୍ଟର ଜମିରେ ଧାନଚାଷ ହେଉଥିବା ବେଳେ ରବିରତୁ ପାଇଁ ୧୨ ହଜାର ହେକ୍ଟର କମିରେ ଚାଷ କାର୍ଯ୍ୟ ହୋଇଥାଏ । ସବୁଠାରୁ ଉଲ୍ଲେଖଯୋଗ୍ୟ ଘଟଣା ଯେ ଉପଖଣ୍ଡର ବିଭିନ୍ନ କାର୍ଯ୍ୟାଳୟ ଗୁଡିକରେ ଦୀର୍ଘ ବର୍ଷ ଧରି ପଦ ପଦବୀ ଖାଲି ପଡିଥିବା ବେଳେ ଉଦ୍ୟାନ ବିଭାଗ, କୃଷି ପରାମର୍ଶ ଭଳି କାର୍ଯ୍ୟାଳୟ , ଗୁଡିକରେ ୧୦/୨୦ ବର୍ଷ ଧରି ଜଣେ ଜଣେ କର୍ମଚାରୀ ପତିଆରା ମେଲାଇ ଥିବା ଜଣାପଡିଛି । ଏବାବଦରେ ମଧ୍ୟ ରାଜ୍ୟ ଇଁ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।